ମାତ୍ର ଦୁଇ ହଜାର ଟଙ୍କାରେ ଲଞ୍ଚ୍‌ ହେଲା Lava Prowatch, ରହିଛି ଅନେକ ବଢ଼ିଆ ଫିଚର୍‌

Lava ଆଣିଲା ୨ହଜାର ଟଙ୍କିଆ ଦମଦାର ଓ୍ଵାଚ୍‌

ଲାଭା ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଓ୍ଵାଚ୍‌ Prowatch ZN ଏବଂ Prowatch VN କୁ ଲଞ୍ଚ୍‌ କରିଦେଇଛି । ଏହି ଓ୍ଵାଚରେ ଆପଣଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ମିଳିଯିବ । ଲାଭାର ଏହି ସ୍ମାର୍ଟଓ୍ଵାଚର ଦାମ ବହୁତ କମ୍‌ ରହିଛି । ଏବଂ ୨୪ ମାସର ଓ୍ଵାରେଣ୍ଟୀ ବି ଦିଆଯାଉଛି । ଥରେ ଏହି ଓ୍ଵାଚକୁ କିଣିବା ପରେ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ ।

ପ୍ରଥମ ଓ୍ଵାଚ୍‌ Prowatch ZN, ଯେଉଁଥିରେ ଆପଣଙ୍କୁ ୧.୪୩ ଇଞ୍ଚର ସର୍କୁଲାର ଡିସପ୍ଲେ ମିଳିଥାଏ । ସ୍କ୍ରୀନ ୬୦ ହର୍ଟଜ୍‌ ରିଫ୍ରେସ ରେଟ, ବ୍ଲୁଟୁଥ କଲିଙ୍ଗ ଏବଂ IP68 ରେଟିଙ୍ଗ ସହିତ ଆସିଥାଏ । ଏହି ଓ୍ଵାଚକୁ କମ୍ପାନହୀ ଦୁଇଟି ଭେରିୟଣ୍ଟରେ ଲଞ୍ଚ୍‌ କରିଛି । ପ୍ରଥମ ଭେରିୟଣ୍ଟରେ ସିଲିକନ୍‌ ସ୍ଟ୍ଯାପ୍‌ ଦିଆଯାଇଛି, ଯାହାର ପ୍ରାଇସ ୨ ହଜାର ୫୯୯ ଟଙ୍କା ରହିଛି । ଏହାବ୍ୟତୀତ ମେଟାଲିକ୍‌ ଭେରିୟଣ୍ଟର ଦାମ୍‌ ୨ ହଜାର ୯୯୯ ଟଙ୍କା ରହିଛି । ଉଭୟ ଓ୍ଵାଚର ଦାମ୍‌ ଇଣ୍ଟ୍ରୋଡକ୍ଟରୀ ପ୍ରାଇସ୍‌ ।

ପ୍ରୋଓ୍ଵାଚ୍‌ ଜେଡଏନ ଓ୍ଵାଚରେ RTL8763EWE VP ଚିପସେଟ୍‌ ଦିଆଯାଇଛି । ଫୋନକୁ ପାଓ୍ଵାର ଦେବା ପାଇଁ 350mAh ବ୍ୟାଟେରୀ ଦିଆଯାଇଛି । ଏହି ଓ୍ଵାଚ୍‌ Bluetooth v5.2 ସହିତ ଆସିଥାଏ । ଏହାକୁ ଆପଣ ଆମାଜନ ଏବଂ ଲାଭାର େଓ୍ଵବସାଇଟରେ ବି କିଣିପାରିବେ ।

ଦ୍ୱିତୀୟ ଓ୍ଵାଚର ନାମ Prowatch VN, ଯାହା ଗ୍ରେ ଏବଂ ବ୍ଲାକ କଲରରେ ଆସିଥାଏ । ଏହି ଓ୍ଵାଚର ଦାମ୍‌ ବିଷୟରେ କଥା ହେବା ତ ଏହାକୁ ୧ ହଜାର ୯୯୯ ଟଙ୍କାରେ କିଣିପାରିବେ । ଏହା କେବଳ ସିଲିକନ୍‌ ସ୍ଟ୍ଯାପ ଅପ୍ସନରେ ଆସିଥାଏ । ଏହାର ସେଲ ୨୬ ଏପ୍ରିଲରୁ ଆରମ୍ଭ ହେବ । ଏହି ଦୁଇଟି ସ୍ମାର୍ଟଓ୍ଵାଚରେ ଆପଣଙ୍କୁ ଟ୍ରାକିଙ୍ଗ ହେଲ୍ଥ ଫିଚର ମିଳିଥାଏ । ଏହାସହିତ ହାଇ ପରଫର୍ମାନ୍ସ ରିୟଲଟେକ ଚିପସେଟ ଆପଣଙ୍କୁ ବିଲକୁଲ ଅଲଗା ପ୍ରକାର ଅନୁଭବ ଦେବ ।

Prowatch VNରେ ଆପଣଙ୍କୁ ଡିସପ୍ଲେ ମିଳିଥାଏ । ଯେଉଁଥିରେ ଚିପସେଟର ବ୍ୟବହାର କରାଯାଇଛି । ଏହି ଓ୍ଵାଚ ବି ବ୍ଲୁଟୁଥ୍‌ କଲିଙ୍ଗ ଏବଂ ଅନ୍ୟ ଫିଟନେସ୍‌ ଟ୍ରାକିଙ୍ଗ ଫିଚର ସହିତ ଆସିଥାଏ । ଏହି ଫୋନରେ ପାଓ୍ଵାର ଦେବା ପାଇଁ 230mAh ବ୍ୟାଟେରୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.