ହରିୟାଣା : ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ, ଭିଣୋଇକୁ ମାରିଦେଲେ

ହରିୟାଣାରେ ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ । ଆଉ ରାଗରେ ଭିଣୋଇକୁ ହାଣିଦେଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଛନ୍ତି । ମୃତକଙ୍କ ନାମ ଅଭିଷେକ ବୋଲି ଜଣାପଡିଛି ।

ହରିୟାଣାର ଯମୁନାନଗରରେ ଅନରକିଲିଂ ଘଟଣା । ଭଉଣୀର ପ୍ରେମ ବିବାହକୁ ସହିପାରିଲେନି ଭାଇ । ଆଉ ରାଗରେ ଭିଣୋଇକୁ ହାଣିଦେଲେ । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ ହୋଇଛନ୍ତି । ମୃତକଙ୍କ ନାମ ଅଭିଷେକ ବୋଲି ଜଣାପଡିଛି ।

ଖବର ମୁତାବକ, ମୃତ ଅଭିଷେକ ଏବଂ ରିଷୁ ପରସ୍ପରକୁ ଭଲ ପାଉଥିଲେ । ଉଭୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ହେଲେ ଏମାନଙ୍କ ବିବାହକୁ ପରିବାର ଲୋକେ ବିରୋଧ କରୁଥିଲେ । ବିଶେଷ କରି ଝିଅର ଭାଇମାନେ ଏହି ବିବାହକୁ ଗ୍ରହଣ କରୁନଥିଲେ । ଗତ ଏକ ବର୍ଷ ହେଲା ରିଷୁ ଓ ଅଭିଷେକ ଜିରକପୁରରେ ରହୁଥିଲେ । ତେବେ ରବିବାର ଦିନ ଅଭିଷେକ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯମୁନାନଗର ଆସିଥିଲେ । ଯାହା ବିଷୟରେ ଜାଣିପାରିଥିଲେ ରିଷୁର ଭାଇ ।

ରିଷୁର ଭାଇମାନେ ଅଭିଷେକ ଆସିଥିବା ଜାଣିବା ପରେ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଭେଟିବାକୁ ଯାଇଥିଲେ । ଏହାପରେ ଅଭିଷେକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କିଛି ସାଙ୍ଗମାନେ ଗୁରୁତର ଆହତ ହୋଇଛନ୍ତି ।

ଏହି ମାମଲାରେ ଯମୁନାନଗର ସିଟି SHO ଜଗଦୀଶ ଚନ୍ଦ୍ର କହିଛନ୍ତି ଯେ, ରିଷୁଙ୍କ ଭାଇ ତାଙ୍କ ବିବାହକୁ ବିରୋଧ କରୁଥିଲେ । ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି । ଯାଞ୍ଚ ସମୟରେ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । ଯଦି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ସାମ୍ନାକୁ ଆସେ, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.