Below header

ଫିଲ୍ମ ‘ପୁଷ୍ପା ୨’ର ଜବରଦସ୍ତ ଟିଜର ପରେ, ସାମ୍ନାକୁ ଆସିଲା ଏହାର ପ୍ରଥମ ଦମ୍‌ଦାର ଗୀତ

ଫିଲ୍ମର ଜବରଦସ୍ତ ଟିଜର ଲୋକଙ୍କ ମନ ଜିତିଥିଲା ଏବଂ ବର୍ତ୍ତମାନ ଫିଲ୍ମ 'ପୁଷ୍ପା-୨'ର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି । ଏହି ଗୀତରେ 'ପୁଷ୍ପା ରାଜ'ର ଶକ୍ତି ଦେଖାଇବାକୁ ଚେଷ୍ଟା କରାଯାଇଛି ।

୨୦୨୧ ମସିହାରେ ‘ପୁଷ୍ପା: ଦି ରାଇଜ୍’ରେ ଅଲ୍ଲୁ ଅର୍ଜୁନଙ୍କ ଦମ୍‌ଦାର ଅଭିନୟ ଲୋକଙ୍କ ମନ ଜିତିଥିଲା । ଫିଲ୍ମଟି ଏତେ ଲୋକପ୍ରିୟ ଥିଲା ଯେ ତିନି ବର୍ଷ ପରେ ମଧ୍ୟ ଏହାର ଲୋକପ୍ରିୟତା କମିନାହିଁ । ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ଆସିବାକୁ ଯାଉଛି । ତେବେ ଫିଲ୍ମର ପୋଷ୍ଟରଗୁଡିକ ପୂର୍ବରୁ ସୁନ୍ଦର ହୋଇଛି । କିନ୍ତୁ ଫିଲ୍ମର ଜବରଦସ୍ତ ଟିଜର ଲୋକଙ୍କ ମନ ଜିତିଥିଲା ଏବଂ ବର୍ତ୍ତମାନ ଫିଲ୍ମ ‘ପୁଷ୍ପା-୨’ର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି । ଏହି ଗୀତରେ ‘ପୁଷ୍ପା ରାଜ’ର ଶକ୍ତି ଦେଖାଇବାକୁ ଚେଷ୍ଟା କରାଯାଇଛି । ଏହି ଗୀତଟି ରିଲିଜ୍‌ ହେବା ପରେ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ବଢିବାକୁ ଲାଗିଛି ।

‘ପୁଷ୍ପା ୨: ଦି ରୁଲ୍‌’ର ପ୍ରଥମ ଗୀତ’ ରିଲିଜ୍‌ ହେବା ପରେ ଲୋକଙ୍କ ଭିତରେ ଖୁବ୍‌ ଲୋକପ୍ରିୟତ ହାସଲ କରିଛି । ଏହାର ହୁକ୍ ଷ୍ଟେପ୍ ‘ପୁଷ୍ପା-ପୁଷ୍ପା ବହୁତ ସୁନ୍ଦର ହୋଇଛି । ଏହି ଗୀତ ଦେଖିବା ପରେ ପ୍ରଶଂସକଙ୍କ କ୍ରେଜ୍ ଦ୍ୱିଗୁଣିତ ହୋଇଛି । ଏହି ଗୀତ ‘ପୁଷ୍ପା ରାଜ’ର ଚରିତ୍ରକୁ ବ୍ୟାଖ୍ୟା କରୁଛି ଏବଂ ଏହି ଗୀତରେ ତାଙ୍କର ଏକ ଭିନ୍ନ ପ୍ରକାରର ସ୍ୱାଗ୍‌ ଦେଖିବାକୁ ମିଳିଛି । ଏଭଳି ଭାବେ ଗୀତଟି ଲୋକଙ୍କୁ ବହୁତ ପସନ୍ଦ ଆସିଛି ।

‘ପୁଷ୍ପା :: ଦି ରାଇଜ୍’ର ଗୀତ ପାଇଁ ଜାତୀୟ ପୁରସ୍କାର ଜିତିଥିବା ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏହାର ଗୀତ ତିଆରି କରିଛନ୍ତି । ଏହି ଗୀତ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଛି । ଦେବୀ ଶ୍ରୀ ପ୍ରସାଦଙ୍କ ଏହି ଗୀତକୁ ବିଭିନ୍ନ ଭାଷାରେ ସାମ୍ନାକୁ ଆସିଛି । ଯେପରି ଏହି ଗୀତ ପାଇଁ ନାକାଶ ଅଜିଜ, ଦୀପକ ବ୍ଲୁ, ମିକା ସିଂ, ବିଜୟ ପ୍ରକାଶ, ରଣଜିତ ଗୋବିନ୍ଦ ଏବଂ ତିମିର ବିଶ୍ୱାସଙ୍କ ପରି ଲୋକପ୍ରିୟ ସିଙ୍ଗରମାନେ ଭଏସେ ଦେଇଛନ୍ତି ।

ଏହି ଫିଲ୍ମ ବିଷୟରେ କହିବାକୁ ଗଲେ, ଏପ୍ରିଲ ୮ରେ, ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ନିର୍ମାତାମାନେ ‘ପୁଷ୍ପା ୨: ଦି ରୁଲ୍‌’ର ଟିଜର ଦେଖାଇଥିଲେ । ଟିଜର ରିଲିଜ୍ ହେବା ପରଠାରୁ ପ୍ରଶଂସକ ଏବଂ ଦର୍ଶକମାନେ ଫିଲ୍ମ ସହ ଜଡିତ ନୂଆ ଅପ୍‌ଦେଡ୍‌କୁ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ଏହାର ଦମ୍‌ଦାର ଗୀତ ମୁକ୍ତିଲାଭ କରିଛି । ଫିଲ୍ମ ‘ପୁଷ୍ପା ୨ ଦି ରୁଲ୍‌’ ଅଗଷ୍ଟ ୧୫, ୨୦୨୪ ରେ ପୂରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମିଥ୍ରି ମୁଭି ମେକର୍ସଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଲ୍ଲୁ  ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫାହାଦ୍ ଫୌସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.