ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କୋରେଇରୁ ସଂଧ୍ୟାରାଣୀ, ଖଣ୍ଡପଡ଼ାରୁ ସାବିତ୍ରୀ, ନୀଳଗିରିରୁ ସୁକାନ୍ତଙ୍କୁ ଟିକେଟ
ଘୋଷଣା ହେଲା ବିଜେଡିର ନବମ ତଥା ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଘୋଷଣା କଲେ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (କେନ୍ୟୁଜ): ଘୋଷଣା ହେଲା ବିଜେଡିର ନବମ ତଥା ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଘୋଷଣା କଲେ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଖଣ୍ଡପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି ସାବିତ୍ରୀ ପ୍ରଧାନ । କୋରେଇରୁ ସନ୍ଧ୍ୟାରାଣୀ ଦାସ । ଦେବଗଡ଼ ବିଧାନସଭାରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ନୀଳଗିରି ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି ।