ORHDC ଦୁର୍ନୀତି ମାମଲାରେ: ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ ଭିଜିଲାନ୍ସକୁ କୋର୍ଟ ନୋଟିସ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କ ଜାମିନ ଦେଇଛନ୍ତି । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ ଭିଜିଲାନ୍ସକୁ କୋର୍ଟ ନୋଟିସ କରିଛନ୍ତି । ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲେ ।
ଅନ୍ୟପଟେ ଜାମିନ ପରେ ବି ନିର୍ବାଚନ ଲଢ଼ି ପାରିବେନି ମହମ୍ମଦ ମୋକିମ । ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ କିନ୍ତୁ ଦୋଷୀ ସାବ୍ୟସ୍ତ ଉପରେ ରୋକ ନାହିଁ । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଶେଷ ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ରହିବ । ତେଣୁ ମହମ୍ମଦ ମୋକିମ ନାମାଙ୍କନ ପତ୍ର ଦାଖଲ କରି ପାରିବେ ନାହିଁ।