Below header

ପୁଣି ପୋଲିସର ବର୍ବରତା, ଅଟକ ଯୁବକଙ୍କୁ ମାଡ଼ ମାରି କଲେ ଲହୁଲୁହାଣ 

ମୟୁରଭଞ୍ଜ ଜିଲ୍ଲାର ରରୁଆ ଥାନାରେ ପୋଲିସର ବର୍ବରତା ଦେଖିବାକୁ ମିଳିଛି। ୨୨ତାରିଖ ରାତିରେ ଜମି ବିବାଦକୁ ନେଇ ଉତ୍ତରପୋଷି ଗାଁରେ ସରତ ଗିରି ନାମକ ଜଣେ ବ୍ୟକ୍ତିକୁ ରରୁଆ ପୋଲିସ ଗିରଫ କରିଥିଲା । ଗିରଫ କରିବା ପରେ ଥାନା ଏବଂ ଥାନା ବହାରେ ୪ ଜଣ ପୋଲିସ କର୍ମଚାରୀ ମାଡ଼ ମାରି ଆହତ କରିଦେଇଥିବା  ଅଭିଯୋଗ ହୋଇଛି ।

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ରରୁଆ ଥାନାରେ ପୋଲିସର ବର୍ବରତା ଦେଖିବାକୁ ମିଳିଛି। ୨୨ତାରିଖ ରାତିରେ ଜମି ବିବାଦକୁ ନେଇ ଉତ୍ତରପୋଷି ଗାଁରେ ସରତ ଗିରି ନାମକ ଜଣେ ବ୍ୟକ୍ତିକୁ ରରୁଆ ପୋଲିସ ଗିରଫ କରିଥିଲା । ଗିରଫ କରିବା ପରେ ଥାନା ଏବଂ ଥାନା ବହାରେ ୪ ଜଣ ପୋଲିସ କର୍ମଚାରୀ ମାଡ଼ ମାରି ଆହତ କରିଦେଇଥିବା  ଅଭିଯୋଗ ହୋଇଛି । ଗିରଫ ହେଇଥିବା ସରତ ଗିରିଙ୍କୁ ପ୍ରଥମେ ଆହତ ଅବସ୍ଥାରେ ରରୁଆ ଡାକ୍ତରଖାନା ପରେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ରରୁଆ ଥାନାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଦେଖା ଦେଇଥିଲା । କାହିଁକି ପୋଲିସ ମାଡ଼ ମାରିଲା । ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଦ ଧରି ବସିଥିଲେ ସ୍ଥାନୀୟ ଜନସାଧାରଣ । ବିଳମ୍ବିତ ରାତିରେ ସରତ ଗିରିକୁ ସର୍ତ୍ତ ମୂଳକ ଜାମିରେ ଚିକିତ୍ସା ପାଇଁ ଛାଡିଥିଲା ପୋଲିସ । ରରୁଆ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଅନେକ ସମୟରେ ବିବାଦୀୟ ହେଇଥାନ୍ତି । ସେ ବାଲେଶ୍ଵର ଜିଲ୍ଲା ବାଲିଆପାଳରେ ଥିଲା ବେଳେ ମଧ୍ୟ ଏପରି କିଛି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.