Below header

ପିଲାଙ୍କର ଏଭଳି ଚରମ ନିଷ୍ପତ୍ତି ଅଭିଭାବକଙ୍କ ଚିନ୍ତା ବଢ଼ାଉଛି

ପିଲାଙ୍କୁ ଦିନକୁ ଦିନ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ । ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ । କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି ।

କେନ୍ଦୁଝର(କେନ୍ୟୁଜ୍): ପିଲାଙ୍କୁ ଦିନକୁ ଦିନ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ । ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ । ଅଧିକାଂଶ ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ବାପା ମାଙ୍କ ଚିନ୍ତା ବଢାଇଛି । ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି । ପିଲା ମାନଙ୍କୁ ଖରାପ ବାଟରୁ ଭଲ ବାଟକୁ ଆଣିବା ପାଇଁ ବାପା ମା’ ଅହରହ ଚେଷ୍ଟା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ମା ମୋବାଇଲ ଫୋନ ନ ଦେବାରୁ ଜୀବନ ହାରିବାକୁ ବସିଥିଲା ପୁଅ ।

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ମୋବାଇଲ୍ ଦେଖିବାକୁ ବାରଣ କରିଥିଲେ ମା’, ଏଥିରେ ରାଗି ଯାଇ ବିଷ ପିଇ ଦେଲା ନାବାଳକ ପୁଅ । ନାବାଳକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ର। ତେବେ ଛାତ୍ର ଜଣକ ରାଗିଯାଇ ଦାନାଦାର ଖାଇଦେଇଥିଲା । ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ଛୋଟ ପିଲାର ଏତେ ସାହସ ଆସିଲା କେମିତି। ସାମାନ୍ୟ ମୋବାଇଲ୍ ପାଇଁ ଏତେ ବଡ ନିଷ୍ପତ୍ତି ।

ତେବେ ସୂଚନା ମୁତାବକ, ଗତକାଲି ସ୍କୁଲରୁ ଫେରି ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ସିପୁନ୍ ମୁଣ୍ଡା ବାପାଙ୍କ ମୋବାଇଲରେ ଖେଳୁଥିଲେ । କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲେ । ଏଥିରେ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା । ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ନାବାଳକଙ୍କ ମା’ କହିଛନ୍ତି, ସ୍କୁଲରୁ ଆସି ପୁଅ ସବୁବେଳେ ତାର ବାପାର ମୋବାଇଲ ଧରି ଦେଖେ । ମୁଁ ତା’ ଉପରେ ପାଟି କରିଥିଲି । ପୁଅ ରାଗି ଯାଇ ଏଭଳି କାଣ୍ଡ କରିଛି ।

minor

ଡିଜିଟାଲ ଯୁଗରେ ମୋବାଇଲ୍ ଫୋନ୍‌ର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି ସତ । ନାମୀଦାମୀ ବିଦ୍ୟାଳୟରେ ଅତ୍ୟାଧୁନିକ ପଦ୍ଧତିର ପାଠପଢ଼ା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ପଡ଼ୁଛି । ମାତ୍ର ପାଠପଢ଼ା ପାଇଁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଧୀରେଧୀରେ ପିଲାଙ୍କ ପାଇଁ ଘାତକ ସାଜିବାରେ ଲାଗିଛି । ପାଠପଢ଼ା ସମୟ ବାଦ୍ ପିଲାମାନେ ମୋବାଇଲ୍‌ ଫୋନ୍‌ରେ ଅଧିକ ସମୟ ବିତାଉଛନ୍ତି । ବହୁ ପିଲା ଭୋକଶୋଷ ଭୁଲି ଯାଉଛନ୍ତି । ଏମିତିକି ସେମାନଙ୍କୁ ରାତିରେ ନିଦ ହେଉନାହିଁ । ଆଉ ବାପା ମା ଯଦି ଏଥିରେ ଆକଟ କରୁଛନ୍ତି ତେବେ ଏଭଳି ଭୁଲ୍ ପଦକ୍ଷପ ନେଉଛନ୍ତି । ତେଣୁ ସମୟ ଥାଉ ଥାଉ ନିଜ ପିଲାଙ୍କୁ ଆୟତରେ ରଖନ୍ତୁ । ସେମାନଙ୍କୁ ଏଦିଗରେ ସଚେତନ କରାନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.