ଜେନେରାଲ ଡେପୁଟି ମେଡିକାଲ ଅଫିସର ପଦବୀ ଖାଲି, ଆବେଦନ କରିବାର ଶେଷ ତାରିଖ ୧୨ ଅକ୍ଟୋବର

ମେଡିକାଲରେ ସ୍ନାତକୋତ୍ତର କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ପଶ୍ଚିମବଙ୍ଗ ଜେନେରାଲ ଡେପୁଟି ମେଡିକାଲ ଅଫିସର ପଦବୀ ଖାଲି ପଡିଛି । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୨ ତାରିଖ ରହିଛି । ଜାଣନ୍ତୁ କେମିତି କରିବେ ଆବେଦନ ।

ପଶ୍ଚିମବଙ୍ଗ ଲୋକ ସେବା ଆୟୋଗ (WBPSC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ପଶ୍ଚିମବଙ୍ଗରେ ଜେନେରାଲ ଡେପୁଟି ମେଡିକାଲ ଅଫିସର ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୨ ଅକ୍ଟୋବର ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ wbpsc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୦୦
ସାଧାରଣ ବର୍ଗ : ୧୦୨
ଅନୁସୂଚିତ ଜାତି : ୬୭
ଅନୁସୂଚିତ ଜନଜତା : ୧୯
ଓବିସି (ଏ): ୪୩
ଓବିସି (ବି) : ୨୯
PWD : ୧୪
EWS : ୨୬

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୨ ଅକ୍ଟୋବରରେ ହେବ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୬ ବର୍ଷ ରହିଛି । ମେଡିକାଲ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ରହିଛି ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୨୧୦ ଟଙ୍କା ରହିଛି । ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବକା ହେବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.