କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଭସାଇ ଦେଇଥିବା ଅଭିଯୋଗ
କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାର୍କତପୁର ଗାଁର ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ତାଙ୍କୁ ହତ୍ୟା କରାଯାଇ କେନାଲରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ସାଲେପୁର (କେନ୍ୟୁଜ): କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାର୍କତପୁର ଗାଁର ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ତାଙ୍କୁ ହତ୍ୟା କରାଯାଇ କେନାଲରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ଅଭିଯୋଗ ଅନୁଯାୟୀ, ଗତକାଲି ଦୋଳଗୋବିନ୍ଦ ଜନିଆଁ ସ୍ଥିତ ନିଜ ଗୋଦାମ ଘରେ ଶୋଇଥିଲେ। ତେବେ ସକାଳୁ କେନାଲରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଦାମ ଘର ଆଗରେ ରକ୍ତ ଛିଟା ଓ ଚପଲ ପଡିଥିବା ଦେଖିବାକୁ ପାଇଥିଲା। ତେବେ ବ୍ୟାବସାୟିକ ଶତ୍ରୁତା ନା ଅନ୍ୟ କେଉଁ କାରଣରୁ ଦୋଳଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନି। ସାଲେପୁର ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।