ଏସିଆନ ଗେମ୍ସ ୨୦୨୩ : ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ, ରୌପ୍ୟ ପାଇବା ସୁନିଶ୍ଚିତ
ଏସିଆନ ଗେମ୍ସରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ଏହାସହିତ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଆସନ୍ତାକାଲି ଫାଇନାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିବ ।

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ଟି-20 ମହିଳା କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଆଜି ଦଳ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ଜିତିରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ଆଉ ହାରିଲେ ରୌପ୍ୟ ପଦକ ପାଇବ ।
ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ମାତ୍ର ୫୧ ରନ୍ରେ ସବୁ ୱିକେଟ୍ ହରାଇଥିଲା। ୧୭.୫ ଓଭରରେ ଦଳ ୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ବାଂଲାଦେଶର ୫୨ ରନର ଟାର୍ଗେଟକୁ ଭାରତ ୮.୨ ଓଭରରେ ୨ ୱିକେଟ ହରାଇ ସଂଗ୍ରହ କରିନେଇଥିଲା । ଭାରତ ପକ୍ଷରୁ ଜେମିମା ରୋଡ୍ରିଗସ ସର୍ବାଧିକ ୨୦ ରନରେ ଅପରାଜିତ ରହିଥିବା ବେଳେ ଓ ଶେଫାଲି ବର୍ମା ୧୭ ରନ କରିଥିଲେ । ଭାରତୀୟ ମହିଳା ଦଳ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳିବ। ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।
Indian women’s cricket team beat Bangladesh by 8 wickets to enter the final of Asian Games pic.twitter.com/imXtu3jklD
— ANI (@ANI) September 24, 2023
ଅନ୍ୟପକ୍ଷରେ ଭାରତକୁ ରୋଇଂ ବା ନୌଚାଳନାରେ ଆଉ ଦୁଇଟି ପଦକ ମିଳିଛି। ପୁରୁଷ କୋକ୍ସଲେସ୍ ପେୟାରରେ ବାବୁଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ପୁରୁଷ କୋକ୍ସଡ ଏଇଟ୍ ଇଭେଣ୍ଟରେ ଭାରତକୁ ମିଳିଛି ରୌପ୍ୟ ପଦକ। ଏହା ପୂର୍ବରୁ ଆଜି ଅରବିନ୍ଦ ସିଂହ ଓ ଅର୍ଜୁନ ଲାଲ୍ ଜାଟ୍ ପୁରୁଷ ଲାଇଟୱେଟ ଡବଲ୍ ସ୍କଲ୍ସରେ ରୌପ୍ୟ ପଦକ ଜିତିଥିଲେ।
Rowing duo Arjun Jat Lal, Arvind Singh power to silver at Asian Games 2023
Read @ANI Story | https://t.co/WqPNKVCPAA#AsianGames2023 #IndiaAtAG22 #SilverMedal #Rowing pic.twitter.com/oYDA65QLDs
— ANI Digital (@ani_digital) September 24, 2023