ଶ୍ମଶାନରୁ କଙ୍କାଳ ଉଦ୍ଧାର, ନିଖୋଜ ହୋଇଥିବା ବ୍ୟକ୍ତିଙ୍କ କଙ୍କାଳ ବୋଲି ପରିବାର ଲୋକଙ୍କ ସନ୍ଦେହ
ଶ୍ମଶାନରୁ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନରୁ କଙ୍କାଳ ଉଦ୍ଧାର । କଙ୍କାଳଟି ଗୋଲାନ୍ଥରା ଥାନା ପଦ୍ମପୁର ଗାଁର ପ୍ରତାପ ଦାସଙ୍କ ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି ।
ଗଞ୍ଜାମ (କେନ୍ୟୁଜ): ଶ୍ମଶାନରୁ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନରୁ କଙ୍କାଳ ଉଦ୍ଧାର । କଙ୍କାଳଟି ଗୋଲାନ୍ଥରା ଥାନା ପଦ୍ମପୁର ଗାଁର ପ୍ରତାପ ଦାସଙ୍କ ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି । ଅନେକ ଦିନ ଧରି ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ନିଜ ଶଶୁର ଘରେ ରହୁଥିଲେ ପ୍ରତାପ ।
ଗତ ୧୪ ତାରିଖରୁ ସେ ନିଖୋଜ ଥିଲେ। ଶ୍ମଶାନ ନିକଟରେ ପ୍ରତାପଙ୍କ ସମ୍ପର୍କୀୟଙ୍କ ସ୍କୁଟି ଥିବା ଦେଖି ଲୋକେ ପରିବାରକୁ ଖବର ଦେଇଥିଲେ। ଶ୍ବଶୁର ଘର ଲୋକେ ପ୍ରତାପଙ୍କ କଙ୍କାଳ ବୋଲି ସନ୍ଦେହ କରିଛନ୍ତି। ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।