ପିକଅପ୍ ଭ୍ୟାନ୍ ସହ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଗଜପତି ଜ଼ିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ବଡ଼ ସଫଳତା । ୧୦କୁଇଣ୍ଟାଲ ଗଞ୍ଜେଇ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ବଡ଼ ସଫଳତା । ୧୦କ୍ୱିଣ୍ଟାଲ ଗଞ୍ଜେଇ  ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ନାକା ଗେଟ୍ ରେ ଯାନ ବାହନ ଯାଞ୍ଚ ବେଳେ ଏକ ପିକ୍ ଅପ୍ ଭ୍ୟାନ୍ ସହ ୧୦କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ।  ଜବତ ଗଞ୍ଜେଇର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ବ ହେବ । ଉକ୍ତ ଗଞ୍ଜେଇ ଗଜପତିରୁ ଗଞ୍ଜାମକୁ ଚାଲାଣ ହେଉଥିଲା ।  ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୁର ଗ୍ରାମର ହେମନ୍ତ ସ୍ୱାଇଁ ଏବଂ ମୋହନା ଥାନା ଚଢେୟାପଦା ଗ୍ରାମର ରମେଶ ସୁଆଲସିଂଙ୍କୁ ଗିରଫ କରିଛି ।  ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୩୫ହଜାର ଟଙ୍କା ମୋବାଇଲ ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.