Below header

ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି

ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଲେ ।  ଓଡ଼ିଶାରେ ଆରମ୍ଭ କରିବେ ପ୍ରଚାର ଅଭିଯାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ କଟକ ଜିଲ୍ଲାର ସତ୍ୟଭାମାପୁର ଗସ୍ତ କରିବେ ।

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଲେ ।  ଓଡ଼ିଶାରେ ଆରମ୍ଭ କରିବେ ପ୍ରଚାର ଅଭିଯାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ କଟକ ଜିଲ୍ଲାର ସତ୍ୟଭାମାପୁର ଗସ୍ତ କରିବେ । ମଧୁବାବୁଙ୍କ ଜୟନ୍ତୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଅପରାହ୍ନ ୧୨ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ ।

ସଭାରେ ଉପକୂଳବର୍ତ୍ତୀ ୪ଟି ଲୋକସଭା ଆସନ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ। ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଟିକେଟ ବଣ୍ଟନକୁ ନେଇ ଦଳରେ ଅସନ୍ତୋଷ ଓ କନ୍ଦଳ ଲାଗି ରହିଥିବା ବେଳେ ରାହୁଲଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।

ସେହିପରି ବୀରମିତ୍ରପୁର, ବାଲେଶ୍ୱର, ବାରବାଟୀ- କଟକ, ଜଗତସିଂପୁର, କାକଟପୁର, ବଡ଼ଚଣା ଓ ପାଲଲହଡ଼ା ଆସନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.