Below header

JEE ମେନ୍ସରେ ଏକା ସାଙ୍ଗେ ସଫଳତା ପାଇଲେ ଯାଆଁଳା ଭାଇ, ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

ହରିୟାଣା ଗୁରୁଗ୍ରାମର ସେକ୍ଟର –୬୯ର ବାସିନ୍ଦା ଆରବ ଭଟ୍ଟ ଅଲ ଇଣ୍ଡିଆରେ ଥାର୍ଡ ର‍୍ୟାଙ୍କ ହାସଲ କରିଥିବାବେଳେ ତାଙ୍କ ଭାଇ ଆରୁଷ ୫୬୬୦ ର‍୍ୟାଙ୍କ ହାସଲ କରିଛନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ଉଭୟ ଏହି ସଫଳତା ହାସଲ କରିଛନ୍ତି ।

ଜାଆଁଳା ପିଲାଙ୍କ ସମସ୍ତ କାର୍ଯ୍ୟ ପାଖାପାଖି ସମାନ ଥାଏ । କିନ୍ତୁ ପରୀକ୍ଷାରେ ସଫଳତା ପାଇବା କଥା ଆପଣମାନେ ହୁଏତ କେବେ ଶୁଣି ନଥିବେ । ତେବେ ଆଜି ଆମେ ଆପଣଙ୍କୁ ଦୁଇ ଜାଆଁଳା ଭାଇ ପରୀକ୍ଷାରେ ଯେଉଁ ସଫଳତା ପାଇଁଛନ୍ତି ସେ ବିଷୟରେ ଜଣାଇବାକୁ ଯାଉଛୁ । ସଫଳତା ପୁଣି କୌଣସି ସାଧାରଣ ପରୀକ୍ଷାରେ ନୁହେଁ JEE ମେନ୍ସରେ ସଫଳତା ପାଇଛନ୍ତି ଜାଆଁଳା ଭାଇ ।

ହରିୟାଣା ଗୁରୁଗ୍ରାମର ସେକ୍ଟର –୬୯ର ବାସିନ୍ଦା ଆରବ ଭଟ୍ଟ ଅଲ ଇଣ୍ଡିଆରେ ଥାର୍ଡ ର‍୍ୟାଙ୍କ ହାସଲ କରିଥିବାବେଳେ ତାଙ୍କ ଭାଇ ଆରୁଷ ୫୬୬୦ ର‍୍ୟାଙ୍କ ହାସଲ କରିଛନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ଉଭୟ ଏହି ସଫଳତା ହାସଲ କରିଛନ୍ତି । ଆରବ ଏବଂ ଆରୁଷ ନବମ ଶ୍ରେଣୀରୁ ହିଁ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ଆଇଆଇଟିରୁ ଇଞ୍ଜିନିୟରିଂ କରିବେ । ଏଥିପାଇଁ ସେ ଦିନରାତି କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲେ । ଆରବଙ୍କ କହିବା ଅନୁସାରେ ସେ ଆଶା କରିଥିଲେ ଯେ ସେ ସଫଳତା ପାଇବେ, କିନ୍ତୁ ତୃତୀୟ ର‍୍ୟାଙ୍କ ହାସଲ କରିବା କଥା ସେ ଭାବି ନଥିଲେ। ଆରବ ଆଇଆଇଟି ଦିଲ୍ଲୀରୁ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ଏବଂ ମ୍ୟାଥମେଟିକ୍ସ ଏବଂ କମ୍ପୁଟିଙ୍ଗ୍‌ ହେଉଛି ତାଙ୍କର ପସନ୍ଦର ଫିଲ୍ଡ ।

ଆରବ ଏବଂ ଆରୁଷ, ସେକ୍ଟର ୪୩ ର ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲରୁ ଅଧ୍ୟୟନ କରିଛନ୍ତି । ତାଙ୍କ ସଫଳତା ପାଇଁ ଅଭିଭାବକ ପିତାମାତା ଏବଂ ଶିକ୍ଷକମାନେ ବେଶ୍‌ ଖୁସି ଅଛନ୍ତି । ଦୁଇ ଭାଇ ମିଳିମିଶି ଅଧ୍ୟୟନ କରନ୍ତି ଯାହା ପରୀକ୍ଷାରେ ପ୍ରସ୍ତୁତି ପାଇଁ ସାହାଯ୍ୟ ହୁଏ । ବର୍ତ୍ତମାନ ଦୁଇ ଜଣ JEE ଆଡଭାନ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆରବ କହିଛନ୍ତି ତାଙ୍କ ବାପା ଜଣେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଏବଂ ମା’ଏମଏସସିରେ ମ୍ୟାଥ କରିଛନ୍ତି ଏବଂ ସେ ଜଣେ ଯୋଗ ଶିକ୍ଷକ । ପୁଅମାନଙ୍କ ସଫଳତାରେ ବାପା ମା’ ଦୁହେଁ ବହୁତ ଖୁସି ଅଛନ୍ତି ।

ଛୋଟ ବେଳରୁ ହିଁ ତାଙ୍କ ମା’ ସେମାନଙ୍କୁ ପାଠ ପଢ଼ାରେ ବହୁତ ସାହାଯ୍ୟ କରନ୍ତି । ମ୍ୟାଥ୍‌ ଓ ସାଇନ୍ସ ଭଲ ହେବା କାରଣରୁ ହିଁ ସେମାନେ ଇଞ୍ଜିନିୟର ହେବା ପାଇଁ ଚିନ୍ତା କରିଥିଲେ । ବାପା ମା’ ଓ ଶିକ୍ଷକମାନଙ୍କ ସହଯୋଗ ପାଇଁ ହିଁ ସେମାନେ ଆଜି ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ସେମାନେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହିଁ ଲକଡାଉନ ଆରମ୍ଭ ହୋଇଥିଲା ଏବଂ ସେମାନେ ମୋବାଇଲ ଓ ଖେଳ ଠାରୁ ଦୂରରେ ରହି ପାଠ ପଢ଼ିବା ପ୍ରତି ଧ୍ୟାନ ଦେଇଥିଲେ । ଏହି ଦୂରତା ହିଁ ସେମାନଙ୍କୁ ଆଜି ସଫଳତା ଦେଇଛି ।

ଅନ୍ୟପଟେ ଆରୁଷ ଲକଡାଉନ ଠାରୁ ହିଁ ଆଇଆଇଟିରେ ମ୍ୟାଥ୍‌ ପ୍ରଫେସର୍‌ ହେବାରୁ ସ୍ୱପ୍ନ ଦେଖିଥିଲେ । ସେ ଆଇଆଇଟିରେ ମ୍ୟାଥ୍‌ ପ୍ରଫେସର ହୋଇ ଦେଶର ଏଜୁକେସନ ସିଷ୍ଟମକୁ ବଦଳାଇବାକୁ ଚାହୁଁଥିବା କହିଛନ୍ତି । ତେବେ ଦୁଇ ଭାଇଙ୍କ ସଫଳତାରେ ବାପା ମା’ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.