Below header

ହାର୍ଟ ପାଇଁ ଲାପଟପ୍ ଓ ମୋବାଇଲ୍ ସ୍କ୍ରିନ୍ କାହିଁକି ବିପଜ୍ଜନକ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ମୋବାଇଲ୍ ଏବଂ ଲାପଟପ୍ ବର୍ତ୍ତମାନ ଆମ ସ୍ୱାସ୍ଥ୍ୟର ଶତ୍ରୁ ହେବାକୁ ଲାଗିଛି । ବିଶେଷକରି ସ୍କ୍ରିନ୍ ଗୁଡ଼ିକର ଅତ୍ୟଧିକ ବ୍ୟବହାର ଲୋକଙ୍କ ହାର୍ଟ ପାଇଁ ବହୁତ ଖରାପ ପ୍ରଭାବ ପକାଉଛି । ଏହା ବ୍ୟତୀତ ଆହୁରି ଅନେକ ସମସ୍ୟା ହୋଇଥାଏ ।

ଆଜିକାଲି ମୋବାଇଲ୍ ଏବଂ ଲାପଟପ୍ ଆମ ଲାଇଫ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଉପକରଣଗୁଡ଼ିକ ଆମକୁ ପରସ୍ପର ସହିତ ଯୋଗାଯୋଗ କରିବା, କାର୍ଯ୍ୟ କରିବା, ସୂଚନା ଦେବା ଏବଂ ପ୍ରସାରଣ ଏବଂ ଆମୋଦ ପ୍ରମୋଦ ଭଳି ଅନେକ ଜିନିଷରେ ସାହାଯ୍ୟ କରୁଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଉପକରଣଗୁଡ଼ିକ ବର୍ତ୍ତମାନ ଆମ ସ୍ୱାସ୍ଥ୍ୟର ଶତ୍ରୁ ହେବାକୁ ଲାଗିଛି । ବିଶେଷକରି ସ୍କ୍ରିନ୍ ଗୁଡ଼ିକର ଅତ୍ୟଧିକ ବ୍ୟବହାର ଲୋକଙ୍କ ହାର୍ଟ ପାଇଁ ବହୁତ ଖରାପ ପ୍ରଭାବ ପକାଉଛି । ଏଭଳି ପରିସ୍ଥିତିରେ ଏକ୍ସପର୍ଟଙ୍କ କହିବା ଅନୁସାରେ, ଅତ୍ୟଧିକ ସ୍କ୍ରିନ୍‌ ଟାଇମ୍‌ ଯୋଗୁ ଆପଣମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସବୁ ସମସ୍ୟାରୁ କିପରି ରକ୍ଷା ପାଇବା ।

ହାର୍ଟକୁ ପ୍ରଭାବିତ କରେ :
ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଖି ଉପରେ ଚାପ ପଡିବା ଯୋଗୁଁ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ମସ୍ତିଷ୍କ ଉପରେ ଚାପ ପଡିବା ଯୋଗୁଁ ହାର୍ଟ ମଧ୍ୟ ପ୍ରଭାବିତ ହୋଇଥାଏ । ତେବେ ମୋବାଇଲ୍ କିମ୍ବା ଲାପଟପ୍‌ରେ ଅଧିକ ସମୟ ବିତାଇବା ଅର୍ଥ ହେଉଛି ଆପଣ ଶାରୀରିକ କାର୍ଯ୍ୟକଳାପ ବହୁତ କମ୍‌ କରୁଛନ୍ତି । ଏଥିପାଇଁ ଆପଣଙ୍କ ଓଜନ ମଧ୍ୟ ବଢିବାକୁ ଲାଗିଥାଏ । ଏହା ବ୍ୟତୀତ ଆହୁରି ଅନେକ ସମସ୍ୟା ହୋଇଥାଏ । ସେଥିପାଇଁ ଯଦି ଆପଣ ଅଧିକ ମୋବାଇଲ କିମ୍ବା ଲାପ୍‌ଟପ୍‌ ବ୍ୟବହାର କରୁଛନ୍ତି, ତାହେଲେ କମ୍‌ କରିଦିଅନ୍ତୁ । ନଚେତ ଏହି ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ ।

ଏହି ସମସ୍ୟାଗୁଡିକ ମଧ୍ୟ ହୋଇପାରେ :
ମୋବାଇଲ୍ କିମ୍ବା ଲାପଟପ୍‌ ସ୍କ୍ରିନ୍‌କୁ ଅଧିକ ସମୟ ଦେଖିବା ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଲାପଟପ୍ ଏବଂ ମୋବାଇଲ୍‌ର ଅଧିକ ସମୟ ବ୍ୟବହାର ଦ୍ୱାରା ଆଖି ଫୁଲିଯାଏ । ଏହା ସହ ସେମାନଙ୍କର ଅତ୍ୟଧିକ ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଦ୍ୱିତୀୟ ଅସୁବିଧା ହେଉଛି ଲାପଟପ୍ ଏବଂ ମୋବାଇଲର ଅତ୍ୟଧିକ ବ୍ୟବହାର ପିଠି ଏବଂ ବେକରେ ଯନ୍ତ୍ରଣା ସୃଷ୍ଟି କରିପାରେ । ସେଥିପାଇଁ ଏହି ଦୁଇଟି ଜିନିଷର ବ୍ୟବହାର କମ୍‌ କରନ୍ତୁ ।

ନିଜକୁ ଏହିପରି ରକ୍ଷା କର :
ଏହି ସମସ୍ୟାଗୁଡିକରୁ ରକ୍ଷା ପାଇବା ପାଇଁ ଆପଣ ଲାପଟପ୍ ଏବଂ ମୋବାଇଲର ବ୍ୟବହାରକୁ ସୀମିତ କରିବା ଉଚିତ ଏବଂ ମଝିରେ ମଝିରେ ବ୍ରେକ୍ ନେବା ଆବଶ୍ୟକ । ସେଥିପାଇଁ ପ୍ରତିଦିନ ୩୦ ମିନିଟ୍ ପାଇଁ ନିୟମିତ ବ୍ୟାୟାମ କରନ୍ତୁ ଏବଂ ଆଭ୍ୟନ୍ତରୀଣ ସନ୍ତୁଳନ ବଜାୟ ରଖନ୍ତୁ । ଏହା ସହ ଷ୍ଟ୍ରେସ୍‌ କମ୍‌ ନିଅନ୍ତୁ । ଏପରି ଭାବେ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.