Below header

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି । କୁନ୍ଦେଇ ଓ ଉମରକୋଟ ପୋଲିସ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ କରାଯାଇଛି । ଉମରକୋଟର ଦଣ୍ଡସୋରା ଓ କୁନ୍ଦେଇ ଥାନାର ସମସ୍ତ ସୀମା ପ୍ରବେଶ ପଥରେ ପୋଲିସ ପକ୍ଷରୁ ତନଖି କରାଯାଇଛି ।

ଉମରକୋଟ (କେନ୍ୟୁଜ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି । କୁନ୍ଦେଇ ଓ ଉମରକୋଟ ପୋଲିସ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ କରାଯାଇଛି । ଉମରକୋଟର ଦଣ୍ଡସୋରା ଓ କୁନ୍ଦେଇ ଥାନାର ସମସ୍ତ ସୀମା ପ୍ରବେଶ ପଥରେ ପୋଲିସ ପକ୍ଷରୁ ତନଖି କରାଯାଇଛି । ପୋଲିସ ବିଭାଗ ସହ ସିଆରପିଏଫ ଯବାନ ମିଳିତ ଯାଞ୍ଚ କରୁଛନ୍ତି ।

ଛତିଶଗଡ ପଟରୁ ଓଡିଶା ଏବଂ ଓଡିଶାରୁ ଛତିଶଗଡ ଯାଉଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି । ମଦ, ଟଙ୍କା ଯେପରି ଛତିଶଗଡ ପଟୁ ଓଡିଶା ଭିତରକୁ ପ୍ରବେଶ ନକରେ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ନିର୍ବାଚନ ସରିବା ଯାଏ ଯାଞ୍ଚ ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ ମଧୁଶିକ୍ତା ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.