କେନ୍ଦ୍ରାପଡ଼ାରେ ବୈଜୟନ୍ତ ଓ ସୁମନ୍ତଙ୍କ ରାଲି ବେଳେ ଗଣ୍ଡଗୋଳ, ଆକ୍ରମଣରେ ଦୁଇ ଗୁରୁତର

ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ଲୋଡ଼ିଥିଲେ । ପୋଡାମରାଇ ଠାରେ ଗାଡି ପାର୍କିଙ୍ଗକୁ ନେଇ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହେବା ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡ଼ା (କେନ୍ୟୁଜ): ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ବୁଧବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ଲୋଡ଼ିଥିଲେ । କୁରୁଜଙ୍ଗା ପଞ୍ଚାୟତରୁ ଦଳୀୟ କର୍ମୀମାନଙ୍କ ସହିତ ଉଭୟ ପ୍ରାର୍ଥୀଙ୍କୁ ଏକ ପଟୁଆରରେ ନିଆ ଯାଉଥିଲା । ତେବେ ପୋଡାମରାଇ ଠାରେ ଗାଡି ପାର୍କିଙ୍ଗକୁ ନେଇ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହେବା ଦେଖିବାକୁ ମିଳିଥିଲା  ।  ଏହି ଗଣ୍ଡଗୋଳ ବେଳେ ଆକ୍ରମଣରୁ ଦୁଇଜଣ ଯୁବକ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.