ପୋଲିସ ପାଟ୍ରୋଲିଂ ସମୟରେ ଭୟଙ୍କର ଗୁଳି ବିନିମୟ, ଜଣେ ମୃତ

ଦନ୍ତେଓ୍ଵାଡା ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗୁଳିରେ ଜଣେ ସୁରକ୍ଷା କର୍ମରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି ।

ଛତିଶଗଡର ନକ୍ସଲ ପ୍ରଭାବିତ ଦନ୍ତେଓ୍ଵାଡା ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗୁଳିରେ ଜଣେ ସୁରକ୍ଷା କର୍ମରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ରିଜର୍ଭ ଗାର୍ଡ ଦନ୍ତେଓ୍ଵାଡା ଜବାନ୍‌ ଜୋଗରଜ କର୍ମଙ୍କର ମୃତ୍ୟୁ ହୋଇଛି ଏବଂ କନଷ୍ଟେବଳ ପର୍ଶୁରାମ ଆଲାମି ଦନ୍ତେଓ୍ଵାଡା ଓ ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଂ କଲା ବେଳେ ହଠାତ୍‌ ଗୁଳି ବିନିମୟରେ ହୋଇଛନ୍ତି ।

ତେବେ ପୋଲିସ ଅଧିକାରୀ ଏହାକୁ ନେଇ କହିଛନ୍ତି, ଯେ ବୁଧବାର ଦିନ ଦନ୍ତେଓ୍ଵାଡା ଜିଲ୍ଲାର ବାରସୁର ପୋଲିସ ଷ୍ଟେସନ ଅଧୀନରେ ଥିବା ହାଣ୍ଡଓ୍ଵାଡା ଏବଂ ହିଟାଧ୍ୱାଡା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା । ଯାହାର ଖବର ପାଇ DRG ଏବଂ ବଷ୍ଟର ଫାଇଟର୍ସଙ୍କ ଟିମ୍‌ ସୀମାବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଯାଇଥିଲେ । କିନ୍ତୁ ଏହାକୁ ନେଇ ଅଧିକାରୀମାନେ କହିଛନ୍ତି ଯେ ରାତି ପ୍ରାୟ ୧୧ଟା ସମୟରେ ହଠାତ୍‌ ଗୁଳି ବିନିମୟ ହୋଇଥିଲା । ଯାହାଦ୍ୱାରା କନଷ୍ଟେବଳ ଜୋଗର କର୍ମ ଏବଂ କନଷ୍ଟେବଳ ପର୍ଶୁରାମ ଆଲାମି ଆହତ ହୋଇଛନ୍ତି ।

ଏହା ବ୍ୟତୀତ ଅଧିକାରୀମାନେ ଏପରି ମଧ୍ୟ କହିଛନ୍ତି, ଯେ ଉଭୟ ଆହତଙ୍କୁ ଘଟଣାସ୍ଥଳରୁ ବାହାର କରାଯାଇଥିଲା । କିନ୍ତୁ ଜଗରାନଙ୍କର ଅଧିକ ରକ୍ତ ବହିବା ଯୋଗୁ ମୃତ୍ୟୁ ହୋଇଛି । ତେବେ ଆହତ କନଷ୍ଟେବଳ ପର୍ଶୁରାମଙ୍କୁ ଯୋଗେ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଅନ୍ୟ ଏକ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି । ବର୍ତ୍ତମାନ ପୋଲିସ ଏହାକୁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବିଷୟରେ ସେମାନଙ୍କୁ ପୂର୍ବରୁ ସୂଚନା ମିଳିଥିଲା ଏବଂ ସେଥିପାଇଁ ଏହି ଅଧିକାରୀ ମାନେ ସେଠାକୁ ଯାଇଥିଲେ । କିନ୍ତୁ ଏବେ ଏହାକୁ ନେଇ ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.