Below header

ବିଜେପିର ୧୪୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ଶେଷ, ବାକି ରହିଲା ଆଉ ଗୋଟିଏ ଆସନ

ବିଜେପି ଆଜି ଆଉ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଫଳରେ ୧୪୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ  କରିଛି ବିଜେପି ।

ଭୁବନେଶ୍ୱର : ବିଜେପି ଆଜି ଆଉ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଫଳରେ ୧୪୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ  କରିଛି ବିଜେପି ।  ଏବେ ଆଉ କେବଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି । ଘଷିପୁରାରୁ ଡ. ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର ଓ ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ଟିକେଟ ମିଳିଛି । ସବୁଠୁ ବଡ଼ କଥା ହେଳା ଚର୍ଚ୍ଚାରେ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଫିଲ୍ମଷ୍ଟାର ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିନାହିଁ । ଘଷିପୁରାରୁ ସୌମ୍ୟରଞ୍ଜନ ଓ ବାରବାଟୀ-କଟକ ଆସନରୁ ଅନୁଭବ ଲଢିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ସବୁ କଳ୍ପନାର ଅନ୍ତ ଘଟିଛି  । ବାରବାଟୀ-କଟକରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ମିଳିଛି ।  ଆଉ କବଳ ଘସିପୁରା ଆସନ ଘୋଷଣା ପାଇଁ ବାକି ରହିଛି । ବିଜେପି ଏଠାରେ କାହାକୁ ପ୍ରାର୍ଥୀ କରିବ, ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.