Below header

ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା ।

ଭୁବନେଶ୍ୱର : ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା  । ୪ ତାରିଖରୁ ଅତ୍ୟଧିକ ଗରମରୁ ମିଳିବ ସାମାନ୍ୟ ଆଶ୍ବସ୍ତି  । ଦକ୍ଷିଣ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରୁଛି  ।

ଏହାର ପ୍ରଭାବରେ ଆଗାମୀ ୩ରୁ ୪ଦିନ ପାଗରେ ପରିବର୍ତ୍ତନ ନାହିଁ  । କିନ୍ତୁ ୨ଦିନ ପରେ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ  । କିନ୍ତୁ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡିଶାରେ କିନ୍ତୁ କେତେକ ସ୍ଥାନରେ ଗ୍ରୀଷ୍ମଲହରୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

୬ ତାରିଖ ପରଠାରୁ ତାପମାତ୍ରା କମିବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗ ଆକଳନ କରିଛି । କାଳବୈଖାଶୀ ପ୍ରଭାବରେ ବର୍ଷା ଅନେକ ସ୍ଥାନରେ ତାପମାତ୍ରା କମାଇବ । ଗ୍ରୀଷ୍ମଲହରୀ ନେଇ ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.