Below header

ଦିଲ୍ଲୀ ମହିଳା ଆୟୋଗର ୨୨୩ କର୍ମଚାରୀ ବିଦା, ଉପରାଜ୍ୟପାଳଙ୍କ ଆଦେଶରେ ବଡ଼ କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀ ମହିଳା ଆୟୋଗର ୨୨୩ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି କର୍ମଚାରୀମାନଙ୍କୁ କମିଶନରୁ ହଟାଇ ଦେଇଛନ୍ତି । ଦିଲ୍ଲୀ ମହିଳା ଆୟୋଗର ତତ୍କାଳୀନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ନିଜ କ୍ଷମତା ପରିସର ବାହାରକୁ ଯାଇ କର୍ମଚାରୀ ନିଯୁକ୍ତ କରାଇଥିଲେ ।

ଦିଲ୍ଲୀ ମହିଳା ଆୟୋଗର ୨୨୩ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକ୍ସେନା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି କର୍ମଚାରୀମାନଙ୍କୁ କମିଶନରୁ ହଟାଇ ଦେଇଛନ୍ତି । ଅଭିଯୋଗ ମୁତାବକ, ଦିଲ୍ଲୀ ମହିଳା ଆୟୋଗର ତତ୍କାଳୀନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ନିଜ କ୍ଷମତା ପରିସର ବାହାରକୁ ଯାଇ କର୍ମଚାରୀ ନିଯୁକ୍ତ କରାଇଥିଲେ ।

ଉପରାଜ୍ୟପାଳଙ୍କ ଆଦେଶରେ ଡିସିଡବ୍ଲ୍ୟୁ ଅଧିନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର ହୋଇଥିବା ବେଳେ ୨୨୩ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିଯୁକ୍ତ କରାଯାଇଥିଲା । ଡିସିଡବ୍ଲ୍ୟୁ ପାଖରେ ଚୁକ୍ତିନାମା ଅନୁସାରେ କର୍ମଚାରୀ ନିଯୁକ୍ତ କରିବାର କୌଣସି ଅଧିକାର ନାହିଁ ।

ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ନିଯୁକ୍ତି ପୂର୍ବରୁ ଜରୁରୀ ପଦବୀଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯାଇ ନ ଥିଲା । ୨୦୧୭ ଫେବୃୟାରୀରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏ ସମ୍ପର୍କରେ ସ୍ୱାତି ମାଲିୱାଲ ଟ୍ୱିଟ କରି କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡିସିଡବ୍ଲ୍ୟୁର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ମହିଳା ଆୟୋଗରେ ମୋଟ ୯୦ ଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ କେବଳ ୮ ଜଣ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି । ବାକି ସମସ୍ତେ ୩-୩ ମାସ ପାଇଁ ଚୁକ୍ତିରେ ଅଛନ୍ତି । ଯଦି ସେମାନଙ୍କୁ ହଟାଇ ଦିଆଯାଏ, ତେବେ ଆୟୋଗରେ ତାଲା ଝୁଲିବ ।

କହି ରଖୁଛୁ, ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ୨୦୨୪ ଜାନୁୟାରୀରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସ୍ୱାତି ମାଲିଓ୍ଵାଲଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ସରକାର ୨୦୧୫ରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା କରିଥିଲା । ପଦରେ ରହିବା ସମୟରେ ସେ ମହିଳାମାନଙ୍କୁ ନେଇ ଅନେକ ବଡ଼ ପ୍ରସଙ୍ଗ ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.