Below header

କୋଭିଡ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜଣାଇଲା କାରଣ

କୋଭିଡ-୧୯ ଭ୍ୟାକ୍ସିନ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯିବା ସହିତ କରୋନା ଭାଇରସ ଉପରେ ସୂଚନା ପ୍ରଦାନ କରୁଥିବା ଏକ ଲେଖା ‘ଏକାଠି ହୋଇ ଭାରତ କୋଭିଡ-୧୯କୁ ପରାସ୍ତ କରିବା’ ଓ ପ୍ରଧାନମନ୍ତ୍ରୀଙ୍କ ନାମକୁ ମଧ୍ୟ ହଟାଇ ଦିଆଯାଇଛି । ତେବେ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା କମ୍ପା ଆଷ୍ଟ୍ରେଜେନେକା ଦ୍ୱାରା ୟୁକେ ଅଦାଲତରେ ଏହାର ପାଶ୍ୱ ପ୍ରତିକ୍ରିୟା ବିଷୟରେ ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କିଛି ଲୋକ ଦାବି କରୁଛନ୍ତି ।

ଭାରତ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋକୁ ହଟାଇଛି । ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯାଇ କୋଭିଡ-୧୯ ଟିକାକରଣ ପାଇଁ କୋୱିନ ପ୍ରମାଣପତ୍ରରେ ପରିବର୍ତ୍ତନ କରାଯାଇଛି । ଏହି ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯିବା ସହିତ କରୋନା ଭାଇରସ ଉପରେ ସୂଚନା ପ୍ରଦାନ କରୁଥିବା ଏକ ଲେଖା ‘ଏକାଠି ହୋଇ ଭାରତ କୋଭିଡ-୧୯କୁ ପରାସ୍ତ କରିବା’ ଓ ପ୍ରଧାନମନ୍ତ୍ରୀଙ୍କ ନାମକୁ ମଧ୍ୟ ହଟାଇ ଦିଆଯାଇଛି । ତେବେ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା କମ୍ପା ଆଷ୍ଟ୍ରେଜେନେକା ଦ୍ୱାରା ୟୁକେ ଅଦାଲତରେ ଏହାର ପାଶ୍ୱ ପ୍ରତିକ୍ରିୟା ବିଷୟରେ ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କିଛି ଲୋକ ଦାବି କରୁଛନ୍ତି ।

ଆଷ୍ଟ୍ରେଜେନେକା ସହ ମିଶି ଏକ ଲାଇସେନ୍ସିଂ ବୁଝାମଣା କରି ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଦ୍ୱାରା କୋଭିଶିଲ୍ଡ ନିର୍ମିତ ହୋଇଥିଲା । ଏହାର ପାଶ୍ୱ ପ୍ରତିକ୍ରିୟା ବିଷୟରେ ଚର୍ଚ୍ଚା ହେବା ପରେ ଲୋକ କୋଓ୍ଵିନ ଆପ୍‌କୁ ଯାଇ ଟିକାକରଣ ଷ୍ଟାଟସ ଚେକ୍‌ କରୁଛନ୍ତି । ଏହାର ଟିକା ଅତି ବିରଳ ମାମଲାରେ ଥ୍ରୋମ୍ବୋସିସ୍ ସହିତ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (TTS)ର କାରକ ହୋଇପାରେ । ଏହି ସ୍ଥିତିରେ କମ୍ ପ୍ଲେଟ୍‌ଲେଟ ଗଣନା ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଦେଖିବାକୁ ମିଳିନାହିଁ । ତେବେ ଏହାକୁ ନେଇ X ରେ ୟୁଜର୍ସ ବିଭିନ୍ନ ପ୍ରକାରର ଚର୍ଚ୍ଚା କରୁଛନ୍ତି । ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ଗାୟବ ହୋଇଥିବା ବେଳେ ଏହି ସ୍ଥାନରେ କେବଳ କ୍ୟୁଆର କୋର୍ଡ ରହିଛି ।

ଏହି ମାମଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ବୟାନ ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନକୁ ନେଇ ଜାରି ହୋଇଥିବା ଆଚାର ସଂହିତା ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ଫଟୋ ହଟାଯାଇଛି ବୋଲି କୁହାଯାଇଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ଏଥିରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯାଇଥିଲା । ଏହା ପୂର୍ବରୁ ୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍‌ଜାବ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଫଟୋ ହଟାଯାଇଥିଲା ।

କରୋନା ମହାମାରୀ ସମୟରେ ଏହି ଜୀବାଣୁ ରୋକିବା ପାଇଁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଟିକା ତିଆରି କରିଥିଲା । ସେପଟେ ଭାରତରେ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରାଜେନେକା ସହ ଚୁକ୍ତି କରି କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଥିଲା । ଏହାପରେ ଦେଶରେ ଅଧାରୁ ଅଧିକ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.