ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ , ଶତପ୍ରତିଶତ ମାର୍କ ରଖିଛନ୍ତି ୫୬ ପରୀର୍କ୍ଷାଥୀ

ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ । NTA ପକ୍ଷରୁ ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ ।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ ।  NTA ପକ୍ଷରୁ ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ ।  ଛାତ୍ରଛାତ୍ରୀ ମାନେ http://jeemain.nta.ac.inରେ ରେଜଲ୍ଟ ଦେଖିପାରିବେ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି ।  ୧୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୫୬ ଜଣ ପରୀର୍କ୍ଷାଥୀ ରଖିଛନ୍ତି ଶତପ୍ରତିଶତ ମାର୍କ। ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ରଛାତ୍ରୀ ନାହାନ୍ତି ।

ଅନ୍ୟପଟେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.