ପୁଣି ଅଶାନ୍ତ ପୁରୀ, ହସ୍ପିଟାଲ ଛକରେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର

ପୁଣି ଅଶାନ୍ତ ହୋଇଛି ପୁରୀ । ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି । ଗତକାଲି ରାତିରେ ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୁରୀ (କେନ୍ୟୁଜ): ପୁଣି ଅଶାନ୍ତ ହୋଇଛି ପୁରୀ ।  ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି ।  ଗତକାଲି ରାତିରେ ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୀପକ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ ବ୍ୟାଟେରୀ ଅଟୋ ଚାଳକ ।

ସୂଚନା ଅନୁସାରେ ବୁଧବାର ରାତିରେ ସେ ତେଲ ପକାଇବା ପାଇଁ ହସ୍ପିଟାଲ ଛକ ଆସୁଥିଲେ। ପୁରୀ – ବ୍ରହ୍ମଗିରି ରାସ୍ତାର ନରେନ୍ଦ୍ର କୋଣ ନିକଟରେ ୪-୫ ଯୁବକ ତାଙ୍କ ସହ ଆସି ବଚସା କରିବା ସହ ମାରପିଟ୍ କରିଥିଲେ। ଏଥିରେ ଦୀପକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ଆଣିବା ବେଳେ ପୁଣି ସେହି ଯୁବକ ମାନେ ହସ୍ପିଟାଲ ଛକରେ ତାଙ୍କୁ ଛୁରା ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଛୁରା ମାଡର ପ୍ରକୃତ କାରଣ ଜଣା ପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.