ଜନ୍ମ ମାଟିକୁ ଫେରି ସଫଳତାର ମନ୍ତ୍ର ବାଣ୍ଟିଲେ IAS ଅନିମେଶ, ହୋଇପଡ଼ିଲେ ଭାବ ବିହ୍ଵଳ

ତାଳଚେର ଭାଲୁଗାଡ଼ିଆ ଗାଁର ସ୍ୱର୍ଗତ ପ୍ରଭାକର ପ୍ରଧାନ ଓ ମାତା ସ୍ୱର୍ଗତ ଅରୁଣା ପାତ୍ରଙ୍କ ପୁଅ ଅନିମେଶ ପ୍ରଧାନ । ପ୍ରଶାସନିକ ସେବା ଅଧିକାରୀ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନିଜ ମାଟି ତାଳଚେରରେ ପହଁଚିଥିଲେ।

ତାଳଚେର(କେନ୍ୟୁଜ): ୟୁପିଏସସି ପରୀକ୍ଷା ରେଜଲ୍ଟ ବାହାରିବାର ସାତ ଦିନ ପରେ ନିଜ ଜନ୍ମ ମାଟି ତାଳଚେରକୁ ଫେରିଛନ୍ତି ଅନିମେଶ ପ୍ରଧାନ । ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନରେ ରହିଥିବା ଅନିମେଶ ପ୍ରଥମେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ପହଞ୍ଚିଥିଲେ ନିଜେ ପାଠ ପଢିଥିବା ସ୍କୁଲରେ । ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ମନ୍ତ୍ର ଦେବା ସହ ହୋଇପଡିଥିଲେ ଭାବ ବିହ୍ଵଳ ।

ତାଳଚେର ଭାଲୁଗାଡ଼ିଆ ଗାଁର ସ୍ୱର୍ଗତ ପ୍ରଭାକର ପ୍ରଧାନ ଓ ମାତା ସ୍ୱର୍ଗତ ଅରୁଣା ପାତ୍ରଙ୍କ ପୁଅ ଅନିମେଶ ପ୍ରଧାନ । ପ୍ରଶାସନିକ ସେବା ଅଧିକାରୀ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ନିଜ ମାଟି ତାଳଚେରରେ ପହଁଚିଥିଲେ। ନିଜ ସ୍କୁଲ କଳିଙ୍ଗ ଡିଏଭି ଠାରେ ପହଞ୍ଚିଥିଲେ । ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସେ ଏହି ସ୍କୁଲରେ ଅଧ୍ୟୟନ କରିଥିଲେ । ସ୍କୁଲରେ ପହଁଚିବା ପରେ ସ୍କୁଲ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟି ନିଆଯାଇଥିଲା । ବିଦ୍ୟାଳୟର ସେ ଜଣେ ଉତ୍ତମ ଛାତ୍ର ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ । ଅନିମେଶ ବିଦ୍ୟାଳୟର ସମସ୍ତ ସ୍ମୃତିକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ ଏବଂ ତାଙ୍କ ସଫଳତା ପଛରେ ରହିଥିବା ସମସ୍ତ ପରିଶ୍ରମ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ମାର୍ଗ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଦେଇଥିଲେ ସଫଳତାର ମନ୍ତ୍ର । ବିଦ୍ୟାଳୟ ଚତୁଃପାର୍ଶ୍ୱରେ ବୁଲି ନିଜ କ୍ଲାସ ରୁମ୍ , ଖେଳ ପଡିଆ ଆଦିକୁ ଦେଖି ଛାତ୍ର ଜୀବନରେ ଥିବା ଅଭୁଲା ସ୍ମୃତିକୁ ମନେ ପକାଇଥିଲେ ।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କଠିନ ପରିଶ୍ରମ କରି ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ ଅନିମେଶ । ଆଗାମୀ ଦିନରେ ଓଡିଶା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଆଣିବା ସହ ଜନସାଧାରଣଙ୍କ ସେବା କରିବାକୁ ମନ ବଳାଇଥିବା କହିଛନ୍ତି ଆଇଏଏସ୍‌ ଅନିମେଶ ପ୍ରଧାନ।

ପ୍ରଥମ ଥର ପାଇଁ ତାଳଚେର ସହ ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଅନିମେଶଙ୍କୁ ତାଙ୍କ ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ବୋଲି ସମସ୍ତେ କାମନା କରିଥିଲେ । ଅନିମେଶଙ୍କର ଏହି ସଫଳତା ପରେ ତାଙ୍କୁ ଏବେ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.