ଆସିଲା BSNLର ସବୁଠାରୁ ଦମଦାର ପ୍ଲାନ୍‌, ଥରେ ରିଚାର୍ଜ କଲେ ସରିଯିବ ସବୁ ଟେନସନ୍‌

ବିଭିନ୍ନ ରାଜ୍ୟର ୟୁଜର୍ସଙ୍କ ପାଇଁ BSNL ଭିନ୍ନ ଭିନ୍ନ ପ୍ଲାନ୍‌ ଦେଇଥାଏ । ଡାଟା, ଫ୍ରି କଲିଂ ଏବଂ ଭ୍ୟାଲିଡିଟି ପାଇଁ BSNL ଏହାର ୟୁଜରମାନଙ୍କୁ ଅନେକ ଦମଦାର୍‌ ପ୍ଲାନ୍‌ ଅଫର କରେ । BSNL ନିଜ ଅଫର ଲିଷ୍ଟରେ ଏକ ପ୍ଲାନ୍‌ ସାମିଲ୍‌ କରିଛି ଯେଉଁଥିରେ ୟୁଜରମାନଙ୍କୁ ଏକ ସୁନ୍ଦର ଭ୍ୟାଲିଡିଟି ଅଫର ଦିଆଯାଉଛି ।

ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡିଆ କମ୍ପାନୀ ଭଳି BSNL ଆଗରେ ନାହିଁ ସତ, କିନ୍ତୁ କମ୍ପାନୀ ନିଜ ୟୁଜରମାନଙ୍କୁ ଭଲ ଅଫର ଦେଇଥାଏ । ୟୁଜରଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏହାର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ୍‌ ସାମିଲ କରିଛି । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଜବରଦସ୍ତ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ ଯାହା ଅଧିକ ଭ୍ୟାଲିଡିଟି ଚାହୁଁଥିବା ୟୁଜରମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ବିଭିନ୍ନ ରାଜ୍ୟର ୟୁଜର୍ସଙ୍କ ପାଇଁ BSNL ଭିନ୍ନ ଭିନ୍ନ ପ୍ଲାନ୍‌ ଦେଇଥାଏ । ଡାଟା, ଫ୍ରି କଲିଂ ଏବଂ ଭ୍ୟାଲିଡିଟି ପାଇଁ BSNL ଏହାର ୟୁଜରମାନଙ୍କୁ ଅନେକ ଦମଦାର୍‌ ପ୍ଲାନ୍‌ ଅଫର କରେ । BSNL ନିଜ ଅଫର ଲିଷ୍ଟରେ ଏକ ପ୍ଲାନ୍‌ ସାମିଲ୍‌ କରିଛି ଯେଉଁଥିରେ ୟୁଜରମାନଙ୍କୁ ଏକ ସୁନ୍ଦର ଭ୍ୟାଲିଡିଟି ଅଫର ଦିଆଯାଉଛି ।

ସୂଚନା ଥାଉ କି BSNLର ପ୍ଲାନ୍‌ ରେ ଗ୍ରାହକଙ୍କୁ ୩୦ ଦିନ, ୮୪ ଦିନ କିମ୍ବା ୩୬୫ ଦିନର ଭ୍ୟାଲିଡିଟି ମିଳିଥାଏ କିନ୍ତୁ BSNL ଏବେ ଏମିତି ଏକ ପ୍ଲାନ୍‌ ଦେଉଛି ଯେଉଁଥିରେ ୪୨୫ ଦିନର ଲମ୍ବା ଭ୍ୟାଲିଡିଟି ମିଳିବ । ତେବେ ଆସନ୍ତୁ ଏହି ଲମ୍ବା ଭ୍ୟାଲିଡିଟି ପ୍ଲାନ୍‌ ବିଷୟରେ ଡିଟେଲ୍ସରେ ଜାଣିବା ।

BSNL ର ଅନେକ ଦମଦାର ପ୍ଲାନ୍‌ ମଧ୍ୟରୁ ୨,୩୯୮ ଟଙ୍କାର ପ୍ଳାନ୍‌ ଭିନ୍ନ । BSNL ର ଏହି ପ୍ଲାନ୍‌ ହେଉଛି ସବୁଠାରୁ ଲମ୍ବା ଏବଂ ସବୁଠାରୁ ଶସ୍ତା ଏବଂ ସୁଲଭ ପ୍ଲାନ୍‌ । ଏହି ପ୍ଲାନରେ ଆପଣ ୪୨୫ ଦିନର ଏକ ଲମ୍ବା ଭ୍ୟାଲିଡିଟି ପାଇବେ । ଅର୍ଥାତ ଆପଣ ୪୨୫ ଦିନ ପାଇଁ ଅନଲିମିଟେଡ୍‌ ଫ୍ରି କଲିଂର ସୁବିଧା ପାଇପାରିବେ । BSNL ନିଜ ୟୁଜର୍ସଙ୍କୁ ଏହି ପ୍ଲାନରେ ଭରପୁର ଡାଟାର ଲାଭ ମଧ୍ୟ ଦେଇଥାଏ । ଏଥିରେ ଆପଣ ୮୫୦GB ଡାଟା ପାଇବେ । ଅର୍ଥାତ ଆପଣ ପ୍ରତିଦିନ ୨ GB ଡାଟା ବ୍ୟବହାର କରିପାରିବେ । BSNL ଏହାର ୟୁଜରମାନଙ୍କୁ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ମଧ୍ୟ ଦେଇଥାଏ ।

ଯଦି ଆପଣ BSNL ର ଏହି ଦମଦାର ରିଚାର୍ଜ ପ୍ଲାନର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ କିଛି ସମୟ ଅପେକ୍ଷା କରିବା ଉଚିତ୍ । ଆମେ ଆପଣଙ୍କୁ ପୂର୍ବରୁ କହିଛୁ ଯେ BSNL ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ୍‌ ଅଫର କରେ । ତେବେ ୪୨୫ ଦିନର ଭ୍ୟାଲିଡିଟି ଥିବା ଏହି ପ୍ଲାନ୍‌ ମଧ୍ୟ ସମସ୍ତଙ୍କ ପାଇଁ ନୁହେଁ । ଜାମ୍ମୁ କାଶ୍ମୀର ଅଞ୍ଚଳର ୟୁଜରମାନଙ୍କ ପାଇଁ କମ୍ପାନୀ ଏହି ପ୍ଲାନ୍‌ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.