Below header

ଦିନ ରାତି ଏକ କରି ଶିମିଳିପାଳ ଅଭୟାରଣ୍ୟ ନିଆଁ ଲିଭେଇବାରେ ସଫଳ ହେଲେ ବନ ବିଭାଗ କର୍ମଚାରୀ

ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଏଥିପାଇଁ ବିପଦରେ ଜଙ୍ଗଲ ଏବଂ ବନ୍ୟ ଜୀବଜନ୍ତୁ । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ ।

ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଏଥିପାଇଁ ବିପଦରେ ଜଙ୍ଗଲ ଏବଂ ବନ୍ୟ ଜୀବଜନ୍ତୁ । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ଖୁବ ବିପଦରେ ରହିଛନ୍ତି । ନିଆଁ ଯୋଗୁଁ କିଛି ସ୍ଥାନରେ ପାହାଡ଼ ଗୁଡ଼ିକ ଦୂରରୁ ଧଳା କୁହୁଡି ପରି ଦେଖା ଦେଉଛି ।

ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହର ତାତି ଅସହ୍ୟ ଥିଲା ବେଳେ ଶିମିଳିପାଳରେ ନିଆଁ ଲିଭେଇବା ବନ ବିଭାଗ କର୍ମଚାରୀ ପାଇଁ ଚାଲେଞ୍ଚ ପାଲଟିଛି । ଧିରେ ଧିରେ ନିଆଁ କାୟା ବିସ୍ତାର କରୁଥିବା ବେଳେ ବନ ବିଭାଗ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ଭୋଗୁଛନ୍ତି । ନିଆଁ ଲିଭାଇବା କାର୍ଯ୍ୟରେ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ନିଆଁ ଲାଗି ବହୁ ଔଷଧୀୟ ଗଛ ଲତା ମଧ୍ୟ ପୋଡି ଜଳି ନଷ୍ଟ ହୋଇଯାଉଛି । ନିଆଁ ଲାଗିବା କାରଣରୁ ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଧୂଆଁମୟ ହେବା ସହିତ ସ୍ଥାନୀୟ ଲୋକମାନଙ୍କର ଆଖି ପୋଡିବା ଆରମ୍ଭ ହୋଇଯାଇଛି ।

ଗତକାଲି ସକାଳେ ଶିମିଳିପାଳ ଅଭୟାରଣ୍ୟରେ ୩୫ ପଏଣ୍ଟରେ ନିଆଁ ଲାଗିଥିଲା ଦିନବେଳେ ସେହି ନିଆଁ ବୃଦ୍ଧି ପାଇ ୪୬ ଟି ପଏଣ୍ଟରେ ପହଞ୍ଚିଥିଲା । ଗତକାଲି ଶିମିଳିପାଳ ଅଭୟାରଣ୍ୟରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଖରା ଗରମ ଏବଂ ନିଆଁ ଉତ୍ତାପ ସତ୍ୱେ ପାହାଡ଼ ଉପରୁ ଚଢି ବନ ବିଭାଗ କର୍ମଚାରୀ ନିଆଁ ଲିଭାଉଛନ୍ତି । ବନ ବିଭାଗ ସବୁ ସତର୍କତା ଅବଲମ୍ବନ କଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ଅନେକ ସମୟରେ ଅସମ୍ଭବ ହେଇପଡୁଛି । ବାସ୍ତବରେ ଅନେକ ସଂଘର୍ଷ କଲାପରେ ନିଆଁ ଲିଭାଉଛନ୍ତି ବନବିଭାଗ କର୍ମଚାରୀ ।

ତେବେ ଦିନ ରାତି ଏକ କରି ବନ ବିଭାଗ କର୍ମଚାରୀ ନିଆଁ ଲିଭେଇବାରେ ସଫଳ ହେଇଛନ୍ତି । ଆଜି ଗୋଟିଏ ପଏଣ୍ଟ ବି ଶିମିଳିପାଳରେ ନିଆଁ ଲାଗି ନାହଁ କିନ୍ତୁ ଦିନ ବେଳେ ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଗରମ ବଢ଼ିଲେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ । ଆଉ ଥରେ ନିଆଁ ଲାଗିଲେ ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଏ । ତେବେ ଚଳିତ ଥର ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ବନବିଭାଗ ପ୍ରାଣପଣେ ଚେଷ୍ଟା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.