Below header

ଗୁରୁଗ୍ରାମ: ଚଳନ୍ତା କାର୍‌ରେ ନିଆଁ ଲାଗି ପୋଡ଼ିଗଲେ ଡ୍ରାଇଭର, ଖୋଲା ସ୍ୱେରେଜ୍‌ ଟାଙ୍କିକୁ ଡେଇଁ ବଞ୍ଚାଇଲେ ନିଜ ଜୀବନ

ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଏଠାରେ ଚଳନ୍ତା କାର୍‌ରେ ନିଆଁ ଲାଗି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଏଠାରେ ଚଳନ୍ତା କାର୍‌ରେ ନିଆଁ ଲାଗି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗାଡ଼ିରେ ହଠାତ୍ ନିଆଁ ଲାଗିଯିବାରୁ ଡ୍ରାଇଭର ଜଣକ ଗାଡ଼ି ଭିତରେ ଫସି ଯାଇଥିଲେ । ଫଳରେ ସେ ନିଆଁରେ ପୋଡ଼ି ହୋଇ ଯାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ସାମ୍ନାରେ ଏକ ଖୋଲା ସ୍ୱେରେଜ୍‌ ଟାଙ୍କି ସେ ଦେଖିବାକୁ ପାଇଥିଲେ ଏବଂ କୌଣସି ପ୍ରକାରେ କାର୍‌ରୁ ବାହାରି ସ୍ୱେରେଜ୍ ଭିତରକୁ ଡେଇଁ ପଡ଼ିଥିଲେ ।

ଏହି ଘଟଣା ସେକ୍ଟର-୩୧ ଷ୍ଟାର ମଲ୍‌ ନିକଟରେ ଘଟିଥିବା କୁହାଯାଉଛି । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ହିସାର ନିବାସୀ ରଣଧୀର ସିଂ କାର୍‌ ଚଲାଉଥିଲେ । ଯେମିତି ହିଁ ସେ ସେକ୍ଟର-୩୧ ଷ୍ଟାର ମଲ୍‌ର ସର୍ଭିସ୍‌ ଲେନ୍‌ରେ ପହଞ୍ଚିଥିଲେ, ହଠାତ୍‌ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏହାପରେ ରଣଧୀର ଜଳୁଥିବା କାର୍‌ ଭିତରେ ଫସି ଯାଇଥିଲେ । ତେବେ ସେ ସାହସ ଜୁଟାଇ ଗାଡ଼ିରୁ ବାହାରି ପାଣି ଭର୍ତ୍ତି ସ୍ୱେରେଜ୍‌ ଟାଙ୍କିକୁ ଡେଇଁପଡିଥିଲେ ।

ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗକୁ କଲ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ ବିଭାଗ ଦ୍ୱାରା ଜାରି ସୂଚନା ମୁତାବକ, ଚଳନ୍ତା କାର୍‌ରେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏତିକି ବେଳେ ନିକଟରେ ଥିବା ସ୍ୱେରେଜ ଟାଙ୍କିରୁ ଜୋର୍‌ରେ ଶବ୍ଦ ଶୁଭିଥିଲା । ଏହାପରେ ବିଭାଗର କର୍ମଚାରୀମାନେ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଡ୍ରାଇଭର ଜଣକ କେଉଁଠୁ ଆସୁଥିଲେ ଏବଂ କେଉଁଆଡ଼େ ଯାଉଥିଲେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଚଳନ୍ତା କାର୍‌ରେ କିପରି ନିଆଁ ଲାଗିଲା, ତାହାର କାରଣ ମଧ୍ୟ ଜଣାପଡ଼ି ନାହିଁ । ଏହି ଘଟଣା ପରେ ପୋଲିସ ଆହତ ଡ୍ରାଇଭରଙ୍କୁ କିଛି ପଚରାଉଚରା କରିପାରି ନାହିଁ, କାରଣ ନିଆଁ ଲାଗିବା କାରଣରୁ ସେ ଗୁରୁତର ପୋଡ଼ି ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.