Below header

ଭାରତରେ ବନ୍ଦ ହୋଇଯିବ କି ହ୍ଵାଟ୍ସଆପ୍‌, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ହ୍ଵାଟସ୍ ଆପର ଓକିଲ କହିଛନ୍ତି ଯେ ଯଦି ହ୍ଵାଟସ୍‌ ଆପର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ବ୍ରେକ କରାଯାଏ ତେବେ ଯେଉଁ ଫିଚର ପାଇଁ ଲୋକମାନେ ହ୍ଵାଟସ୍ ଆପ୍ ବ୍ୟବହାର କରୁଛନ୍ତି ତାହା ବନ୍ଦ ହୋଇଯିବ। ୟୁଜର୍ସଙ୍କ ମଧ୍ୟରେ ଥିବା ପ୍ରାଇଭେସୀ ବ୍ରେକ୍‌ ହେବ ।

ହ୍ଵାଟସ୍ ଆପ୍ ଭାରତକୁ ଦେଇଛି କଡ଼ା ଚେତାବନୀ । ଯଦି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପରେ ମେସେଜ୍ ଏବଂ କଲ୍ ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ଏହା ଭାରତ ଛାଡିବାକୁ ଧମକ ଦେଇଛି । ହ୍ଵାଟସ୍ ଆପ୍ ପାଇଁ ହାଜର ହୋଇଥିବା ଓକିଲ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ଏକ ପ୍ଲାଟଫର୍ମ ଭାବରେ ଯଦି ଏହାର ଏନକ୍ରିପସନ୍ ଭାଙ୍ଗିବାକୁ କୁହାଯାଏ ତେବେ ହ୍ଵାଟସ୍ ଆପ୍ ଭାରତରୁ ଚାଲିଯିବ ।

ହ୍ଵାଟସ୍ ଆପର ଓକିଲ କହିଛନ୍ତି ଯେ ଯଦି ହ୍ଵାଟସ୍‌ ଆପର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ବ୍ରେକ କରାଯାଏ ତେବେ ଯେଉଁ ଫିଚର ପାଇଁ ଲୋକମାନେ ହ୍ଵାଟସ୍ ଆପ୍ ବ୍ୟବହାର କରୁଛନ୍ତି ତାହା ବନ୍ଦ ହୋଇଯିବ। ୟୁଜର୍ସଙ୍କ ମଧ୍ୟରେ ଥିବା ପ୍ରାଇଭେସୀ ବ୍ରେକ୍‌ ହେବ । କୋର୍ଟରେ ହେଉଥିବା ଶୁଣାଣି ସମୟରେ କୁହାଯାଇଥିଲା ଯେ ଆଇଟି ଆକ୍ଟର ନିୟମ ୪ (୨) ମେସେଜର ପ୍ରଥମ ଜେନେରେଟର ପ୍ରକାଶ କରିବାକୁ ଏନକ୍ରିପସନ୍ ଭାଙ୍ଗିବାକୁ କହିଛି ।

ତେବେ ହ୍ଵାଟସ୍ ଆପ୍ କେବେ ଭାରତ ଛାଡିବ କିମ୍ବା ହ୍ଵାଟସ୍ ଆପ୍ ବନ୍ଦ ରହିବ ତାହା ସ୍ପଷ୍ଟ ହୋଇନି । ହ୍ଵଟସ୍‌ଆପ କେବଳ କହିଛି ଯେ ପ୍ରଡକ୍ଟ ନଷ୍ଟ ହୋଇଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ପକ୍ଷଙ୍କ କଥା ଶୁଣିବା ପରେ ଏହାର ସମାଧାନ ହେବ ଏବଂ ନିଷ୍ପତ୍ତି ନିଆଯିବ । ୧୪ ଅଗଷ୍ଟରେ ଆଉ ଥରେ ଶୁଣାଣି ହେବ । ସେତେବେଳେ ଜଣା ପଡ଼ିବ ଏହି ନିୟମ ରହିବ ନା ହ୍ଵାଟସ୍‌ ଆପ୍‌ ରହିବ । ମାମଲା ବିଚାରାଧୀନ ଅଛି ତେଣୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। କମ୍ପାନୀ ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରେ ।

ବୁଧବାର ଦିନ ହ୍ଵାଟସ୍ ଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ମେସେଜ୍ ଏନକ୍ରିପସନ୍ ବ୍ରେକ୍‌ କରିବାକୁ କୁହାଯାଏ ତେବେ ମେସେଜିଂ ପ୍ଲାଟଫର୍ମ ନଷ୍ଟ ହୋଇଯିବ । ଆମେରିକୀୟ କମ୍ପାନୀ ମେଟା ପାଇଁ ହାଜର ହୋଇଥିବା ଆଡଭୋକେଟ୍ ତେଜସ୍ କରିଆ କହିଛନ୍ତି ଯେ ଲୋକମାନେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି କାରଣ ଏହା ପ୍ରାଇଭେସୀ ଦୃଷ୍ଟିରୁ ବହୁତ ଭଲ୍‌ ।

ଦିଲ୍ଲୀ ହାଇକୋର୍ଟ ହ୍ଵାଟସ୍ ଆପ୍ ଏବଂ ଫେସବୁକ୍ ଦ୍ୱାରା ସୂଚନା ପ୍ରଯୁକ୍ତିବିଦ୍ୟା ଗାଇଡଲାଇନ ୨୦୨୧ ନିୟମ ୪ (୨) କୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । ମେଟାର ଓକିଲ ତେଜସ୍ କାରିଆ ବୁଧବାର କୋର୍ଟଙ୍କୁ କହିଛନ୍ତି ଯେ ଏହି ବ୍ୟବସ୍ଥା ଅନୁଯାୟୀ ହ୍ଵାଟସ୍ ଆପକୁ ବହୁ ବର୍ଷ ଧରି ଲକ୍ଷ ଲକ୍ଷ ମେସେଜ୍‌ ଷ୍ଟୋର କରିବାକୁ ପଡିବ, ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ନାହିଁ । ସେ କହିଛନ୍ତି ଯେ ଆମକୁ ଏକ ପୂରା ସିରିଜ୍ ରଖିବାକୁ ପଡିବ ଏବଂ କେଉଁ ବାର୍ତ୍ତା ଡିକ୍ରିପ୍ଟ କରିବାକୁ କୁହାଯିବ ତାହା ଆମେ ଜାଣିନାହୁଁ । ଏହାର ଅର୍ଥ ହେଉଛି ଅନେକ ବର୍ଷ ପାଇଁ ଲକ୍ଷ ଲକ୍ଷ ମେସେଜ୍‌ ଷ୍ଟୋର ହେବାକୁ ପଡିବ । ଆଇଟି ନିୟମ ୨୦୨୧ର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଆବେଦନ ପରେ ଅଗଷ୍ଟ ୧୪ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.