Below header

ଜଳୁଛି ଶିମିଳିପାଳ: ଗତକାଲି ୪୬ଟି ପଏଣ୍ଟରେ ଲାଗିଥିଲା ନିଆଁ, ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ

ଦିନ ରାତି ଜଳୁଛି ଶିମିଳିପାଳ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୬ଟି ପଏଣ୍ଟରେ ନିଆଁ ଲାଗିଥିଲା ।

କରଞ୍ଜିଆ (କେନ୍ୟୁଜ): ଦିନ ରାତି ଜଳୁଛି ଶିମିଳିପାଳ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୬ଟି ପଏଣ୍ଟରେ ନିଆଁ ଲାଗିଥିଲା । ନିଆଁ ଲିଭାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ସାମିଲ ଅଛନ୍ତି ।

ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ବିପଦରେ । ଦିନ ରାତି ଏକ କରି ବନ ବିଭାଗ କର୍ମଚାରୀ ନିଆଁ ଲିଭେଇବାରେ ସଫଳ ହେଇଛନ୍ତି । ଶିମିଳିପାଳରୁ ଅଧିକ ସୂଚନା ଦେଇଛନ୍ତି ଆମ କରଞ୍ଜିଆ ରିପୋର୍ଟର ସରୋଜ କୁମାର ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.