ବାଲିଗୁଡାରେ ବିଜେଡିର ଶକ୍ତି ପ୍ରଦର୍ଶନ, ପ୍ରଚାର ମୈଦାନରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ

ହଜାର ହଜାର ବିଜେଡି କର୍ମୀ, ବିଜୁ ପ୍ରେମୀ ଓ ସମର୍ଥକଙ୍କ ସହ ନିର୍ବାଚନୀ ପ୍ରଚାର ମୈଦାନକୁ ଓଲ୍ହାଇଲେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଂହର  l

ବାଲିଗୁଡା : ବାଲିଗୁଡାରେ ବିଜେଡି ଦେଖାଇଲା ଶକ୍ତି  l ହଜାର ହଜାର ବିଜେଡି କର୍ମୀ, ବିଜୁ ପ୍ରେମୀ ଓ ସମର୍ଥକଙ୍କ ସହ ନିର୍ବାଚନୀ ପ୍ରଚାର ମୈଦାନକୁ ଓଲ୍ହାଇଲେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଂହର  l ଏହି ଅବସରରେ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣେଇଥିଲେ ବିଜେଡି କର୍ମୀ  l

ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରୁ ଏକ ବିରାଟ ରୋଡ ଶୋ’ ରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ବାହାରି ଥିଲେ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପାର୍ଥି ଚକ୍ରମଣୀ କଂହର  l ବାଲିଗୁଡା ପାଟଖଣ୍ଡା ଓ ମା’ ବରାଳଦେଵୀ ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଡ଼ଃ ଅଚ୍ୟୁତ ସାମନ୍ତ ଓ ଚକ୍ରମଣୀ କଂହର  l

ପରେ ବାଲିଗୁଡା ଗାନ୍ଧୀ ଛକ ଠାରୁ ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବାଇକ ଶୋଭାଯାତ୍ରା ମାଧ୍ୟମରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀଙ୍କୁ ପାଛୋଟି ନେଇଥିଲେ ବିଜେଡି କର୍ମୀ  l

ଦୀର୍ଘ 30 କିଲୋମିଟର ରାସ୍ତାରେ ବିରାଟ ବାଇକ ଶୋଭାଯାତ୍ରା ମାଧ୍ୟମରେ ବାଲିଗୁଡା ସହର, କ. ନୂଆଗାଁ,ସାରଙ୍ଗଡ଼ ବଜାର ପରିକ୍ରମା କରି ସ୍ଥାନୀୟ କର୍ମୀ ସମ୍ମିଳନୀରେ ପହଂଚିଥିଲେ ବିଜେଡି କର୍ମୀ  l ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ଆଠ ହଜାରରୁ ଉର୍ଦ୍ଧ୍ଵ ବିଜେଡି କର୍ମୀ ଯୋଗ ଦେବା ସହ ଆସନ୍ତା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ  l

ପରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ବ୍ଲକ ସଭାପତି ଲଳିତ ପାତ୍ରଙ୍କ ସମେତ 4 ଟି ବ୍ଲକରୁ ହଜାରରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ  l  ଏହି ନିର୍ବାଚନ ସଭାରେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ରଙ୍କ ସମେତ ବହୁ ବିଜେଡି ନେତୃତ୍ୱ ଉପସ୍ଥିତ ଥିଲେ  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.