ଚୋରା ମଦ ଖୋଜିବାକୁ ଆସି ହଟହଟା ହେଲେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ

ଚୋରା ମଦ ଖୋଜିବାକୁ ଆସି ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ହଟହଟା ହେଉଥିବା ବେଳେ ପୋଲିସ ଉଦ୍ଧାର କରି ଛାଡ଼ିଛି l ଆଜି ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଅଧିକାରୀ ଲକ୍ଷସାଧନ ପ୍ରଧାନ ଏକ ଟିମ ନେଇ ଅନନ୍ତପୁର ଫାଣ୍ଡି ଅଧୀନସ୍ଥ ଆମ୍ବତୋଟା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ପର୍ଶୁରାମ ପରିଡା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡାଙ୍କ ଘରେ ପହଞ୍ଚିଥିଲେ । ଏବଂ ତାଙ୍କ ବାଡ଼ିରେ ଚୋରା ମଦ ରଖି ବିକ୍ରୀ କରୁଥିବା ଅଭିଯୋଗ କରି ଖୋଜା ଖୋଜି କରିଥିଲେ l ଯାହାକୁ ନେଇ ବୁଦ୍ଧିରାମ ଓ ପର୍ଶୁରାମ ବିରୋଧ କରି ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ l

ଜଳେଶ୍ୱର: ଚୋରା ମଦ ଖୋଜିବାକୁ ଆସି ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ହଟହଟା ହେଉଥିବା ବେଳେ ପୋଲିସ ଉଦ୍ଧାର କରି ଛାଡ଼ିଛି l ଆଜି ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଅଧିକାରୀ ଲକ୍ଷସାଧନ ପ୍ରଧାନ ଏକ ଟିମ ନେଇ ଅନନ୍ତପୁର ଫାଣ୍ଡି ଅଧୀନସ୍ଥ ଆମ୍ବତୋଟା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ପର୍ଶୁରାମ ପରିଡା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡାଙ୍କ ଘରେ ପହଞ୍ଚିଥିଲେ । ଏବଂ ତାଙ୍କ ବାଡ଼ିରେ ଚୋରା ମଦ ରଖି ବିକ୍ରୀ କରୁଥିବା ଅଭିଯୋଗ କରି ଖୋଜା ଖୋଜି କରିଥିଲେ l ଯାହାକୁ ନେଇ ବୁଦ୍ଧିରାମ ଓ ପର୍ଶୁରାମ ବିରୋଧ କରି ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ l

ତେବେ ବୁଦ୍ଧିରାମ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ କହିଥିଲେ ଆମେ ପ୍ରତିଷ୍ଠିତ ପରିବାର । ଆମ ନାଁ ମିଥ୍ୟା ଅଭିଯୋଗ କରିଛନ୍ତି ଅବକାରୀ ବିଭାଗ । ଏହି ମିଛ ଅଭିଯୋଗରେ ଆମ ଶୋଇବା ଘର ଓ ବାଡ଼ିରେ ମଦ ଖୋଜିବାରୁ ଆମ ସାମାଜିକ ସମ୍ମାନ କ୍ଷୁର୍ଣ୍ଣ ହୋଇଛି l ଆଉ ସବୁଠୁ ବଡ଼ କଥା ହେଉଛି ଅବକାରୀ ବିଭାଗକୁ ସେଠାରୁ କୌଣସି ନିଶା ସାମଗ୍ରୀ ମିଳିନାହିଁ । କିନ୍ତୁ ବୁଦ୍ଧିରାମଙ୍କ କହିବା ଅନୁଯାୟୀ ସର୍ଚ୍ଚ ଓ୍ଵାରେଣ୍ଟି ନଥାଇ ଆମ ଘରକୁ ଜୋର ଜବରଦସ୍ତି ପଶି ଆସିଥିଲେ ଅବକାରୀ ବିଭାଗ । ଆଉ ଆଲମାରୀ ଠୁ ଆରମ୍ଭ କରି ଘରର ପ୍ରତିଟି କୋଣରେ ସର୍ଚ୍ଚ କରିଥିଲେ ଅବକାରୀ ଅଧିକାରୀ ବାବୁ ୨ ଜଣ । କହିଥିଲେ ଆମ ଘରେ କୁଆଡ଼େ ମଦ ଲୁଚାଇ ରଖିଛୁ । ସେଥିପାଇଁ ବୁଦ୍ଧିରାମ ବାଧ୍ୟ ହୋଇ ନିକଟସ୍ଥ ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ । ଆଉ ମଦ ରଖିଥିବା ଅଭିଯୋଗ କିଏ କରିଥିଲେ ବୋଲି ପ୍ରଶ୍ନ ବାଡ଼ିଥିଲେ । ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଅବକାରୀ କର୍ମଚାରୀଙ୍କୁ ବୁଦ୍ଧିରାମ ଓ ପର୍ଶୁରାମଙ୍କ ଘରୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.