ଗ୍ରୀଷ୍ମ ସମୟରେ ପୂର୍ବତଟ ରେଳପଥ ୯ ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଦେଉଛି ସ୍ବଳ୍ପମୂଲ୍ୟରେ ଖାଦ୍ୟ

ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସ୍ବଳ୍ପମୂଲ୍ୟରେ ଭୋଜନ ପ୍ରଦାନ କରୁଛି | ପୂର୍ବତଟ ରେଳପଥ ୯ ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଦେଉଛି ଏହି ସ୍ବଳ୍ପମୂଲ୍ୟରେ ଖାଦ୍ୟ |

ଭୁବନେଶ୍ବର:  ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ପାଇଁ ସ୍ବଳ୍ପମୂଲ୍ୟରେ ଭୋଜନ ପ୍ରଦାନ କରୁଛି | ପୂର୍ବତଟ ରେଳପଥ ୯ ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଦେଉଛି ଏହି ସ୍ବଳ୍ପମୂଲ୍ୟରେ ଖାଦ୍ୟ | ଏହି ସୁବିଧାକୁ ସହଜରେ ଯାତ୍ରୀମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଏହି ସ୍ବଳ୍ପମୂଲ୍ୟ ଭୋଜନ ଏବଂ ଜଳ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବରେ କାଉଣ୍ଟରରେ ଉପଲବ୍ଧ କରାଉଛି |

ଯାତ୍ରୀମାନେ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଦୋକାନ ସନ୍ଧାନର ଆବଶ୍ୟକତାକୁ ଦୂର କରିବା ପାଇଁ ଏହି କାଉଣ୍ଟରରୁ ସିଧାସଳଖ ସେମାନଙ୍କ ପାଇଁ ସୁଲଭ ଓ ସ୍ବଳ୍ପମୂଲ୍ୟ ଭୋଜନ କ୍ରୟ କରିପାରିବେ | ମାତ୍ର.୨୦ ଟଙ୍କା ମୂଲ୍ୟରେ ଏହି ଭୋଜନ ମିଳୁଥିବା ବେଳେ ୫୦ ଟଙ୍କାରେ ସ୍ନାକ୍ସ ଓ ଭୋଜନ ମଧ୍ୟ ମିଳୁଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡ଼ ଓ ପଲାସା ରେଳ ଷ୍ଟେସନ; ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର ଓ କଣ୍ଟାବାଞ୍ଜୀ ଷ୍ଟେସନ ଠାରେ ଏବଂ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ବିଶାଖାପାଟନମ, ବିଜୟନଗରମ ଏବଂ ଶ୍ରୀକାକୁଲମ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ଯୋଗାଇ ଦେଉଛି |

ଏହି ସ୍ବଳ୍ପମୂଲ୍ୟ ଭୋଜନ କାର୍ଯ୍ୟକ୍ରମ ଯାତ୍ରୀମାନଙ୍କ ପାଇଁ ଏକ ବିଶେଷ ଲାଭ ପ୍ରଦାନ କରୁଛି | ବିଶେଷକରି ଯେଉଁମାନେ ଜେନେରାଲ୍ କ୍ଲାସ୍ କୋଚ୍ ରେ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ବିଶେଷ ଲାଭପ୍ରଦ ହେଉଛି | ଯାତ୍ରୀମାନେ ସୁଲଭ ଭୋଜନ ଏବଂ ସ୍ନାକ୍ସ ସେମାନଙ୍କର ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସୁବିଧାରେ ସ୍ବଳ୍ପମୂଲ୍ୟରେ ପାଇପାରିବେ |

ଗତ ବର୍ଷ ଭାରତୀୟ ରେଳବାଇର ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରାୟ ୫୧ ଟି ଷ୍ଟେସନରେ ଏହି ସେବା ସଫଳତାର ସହ ଉପଲବ୍ଧ କରାଇପାରିଥିଲା | ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି ଯାହାକି ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନ ଓ ମୋଟ ୧୫୦ କାଉଣ୍ଟରରେ କାର୍ଯ୍ୟକ୍ଷମ କରାଯାଇଅଛି | ନିକଟ ଭବିଷ୍ୟତରେ ଆହୁରି ଅଧିକ ଷ୍ଟେସନକୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା କରାଯାଇଛି ବୋଲି ରେଳବାଇ ସୂତ୍ରରୁ ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.