ଯୁବକଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କଲେ ପରିବାର, ଶବ ରଖି କଲେ ଏସ୍ପି ଅଫିସ ଘେରାଉ

ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଏସ୍ପି ଅଫିସ୍‌ ଘେରାଉ କଲେ ପରିବା ଲୋକେ। ବୋଲିସ ଅବହେଳା ନେଇ ପ୍ରଶ୍ନ ଉଠାଇଲେ । ଖୋର୍ଦ୍ଧା ସଦରଥାନା ଦଳେଇପୁଟ ଠାରେ ଗତ ୨୨ ତାରିଖରେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ନୀଳକଣ୍ଠ ମହାପାତ୍ର। ସଦରଥାନା ପୋଲିସ ଗୁରୁତର ନୀଳକଣ୍ଠକୁ ଖୋର୍ଦ୍ଧାଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ନୀଳକଣ୍ଠଙ୍କ ବାଇକ ଏବଂ ମୋବାଇଲ ଜବତ କରିଥିଲା । କିନ୍ତୁ ପରିବାର ଲୋକ ନୀଳକଣ୍ଠଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ ମଧ୍ଯ ପୋଲିସ ଫୋନ ଉଠାଇ ନଥିଲା କିମ୍ଵା ଦୁର୍ଘଟଣା ସମ୍ପର୍କରେ ପରିବାରକୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧା(କେନ୍ୟୁଜ୍‌): ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଏସ୍ପି ଅଫିସ୍‌ ଘେରାଉ କଲେ ପରିବା ଲୋକେ। ବୋଲିସ ଅବହେଳା ନେଇ ପ୍ରଶ୍ନ ଉଠାଇଲେ । ଖୋର୍ଦ୍ଧା ସଦରଥାନା ଦଳେଇପୁଟ ଠାରେ ଗତ ୨୨ ତାରିଖରେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ନୀଳକଣ୍ଠ ମହାପାତ୍ର। ସଦରଥାନା ପୋଲିସ ଗୁରୁତର ନୀଳକଣ୍ଠକୁ ଖୋର୍ଦ୍ଧାଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ନୀଳକଣ୍ଠଙ୍କ ବାଇକ ଏବଂ ମୋବାଇଲ ଜବତ କରିଥିଲା । କିନ୍ତୁ ପରିବାର ଲୋକ ନୀଳକଣ୍ଠଙ୍କ ମୋବାଇଲକୁ ବାରମ୍ବାର ଫୋନ କରିଥିଲେ ମଧ୍ଯ ପୋଲିସ ଫୋନ ଉଠାଇ ନଥିଲା କିମ୍ଵା ଦୁର୍ଘଟଣା ସମ୍ପର୍କରେ ପରିବାରକୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି ।

୨୨ ତାରିଖ ଦୁର୍ଘଟଣାରେ ଗୁରୁତର ନୀଳକଣ୍ଠଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ , ପରେ ଏମ୍‌ସ ଏବଂ ଅବସ୍ଥା ଗୁରୁତର ହେବାରୁ କଟକ ଏସିବିକୁ ସ୍ଥାନାନ୍ତର ହୋଇଥିଲା । ନୀଳକଣ୍ଠ ସେପଟେ ଚିକିତ୍ସା ନପାଇ ୨୩ ତାରିଖରେ ଏସିବିରେ ମୃତ୍ୟୁବରଣ କରିଥିଲେ । ଏହାପରେ ସଦରଥାନା ପୋଲିସ ନୀଳକଣ୍ଠଙ୍କ ମୋବାଇଲକୁ ଆସିଥିବା କଲ୍ ଉଠାଇ ତାଙ୍କ ପୁଅ ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଥିବା ସୂଚନା ଦେଇଥିଲେ । ପରିବାର ଲୋକ ପୋଲିସର ସୂଚନା ଆଧାରରେ ବିଭିନ୍ନ ହସପିଟାଲ ଖୋଜିବା ପରେ ଆଜି ତାଙ୍କ ପୁଅକୁ ଏସିବିରେ ମୃତ ଅବସ୍ଥାରେ ପାଇଥିଲେ । ଆଉ ସଦର ଥାନା ପୋଲିସ କୌଣସି ସୂଚନା ନଦେବାରୁ ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ନୀଳକଣ୍ଠଙ୍କ ମୃତଦେହ ଖୋର୍ଦ୍ଧା ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ରଖି ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ପୋଲିସ ଅବହେଳା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ କରିବା ସହିତ ସମ୍ପୃକ୍ତ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.