ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ସମ୍ଭାଳିଲେ ଟ୍ରାଫିକ ବ୍ୟବସ୍ଥା, ମାଇକ ଯୋଗେ ହଟାଇଲେ ଜାମ୍
ରାଜନାଥ ସିଂଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ହଜତଗଂଜରେ ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍ ହୋଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

କେନ୍ଦ୍ର ରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ଲୋକସଭା ସିଟର ବିଜେପି ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ଏହି ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାଫିକ ବ୍ୟବସ୍ଥା ସମ୍ଭାଳୁଥିବାର ନଜର ଆସିଛନ୍ତି । ରାଜନାଥ ସିଂଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ହଜତଗଂଜରେ ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍ ହୋଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।
ରାଜନାଥ ସିଂଙ୍କ ରୋଡ ଶୋ ସମୟରେ ରଥ ଉପରେ ଯୋଗୀଙ୍କ ବ୍ୟତୀତ ପୁଷ୍କର ସିଂ ଧାମି ଏବଂ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ମୌର୍ଯ୍ୟଙ୍କ ସମେତ ଅନେକ ବିଜେପି ନେତା ସାମିଲ ଥିଲେ । ଏହି ସମୟରେ ଟ୍ରାଫିକ ଜାମ୍ ହୋଇଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଠିକ୍ କରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
यूपी के सीएम @myogiadityanath ने आज लखनऊ की ट्रैफिक व्यवस्था को ख़ुद संभाल लिया। रक्षा मंत्री राजनाथ सिंह के नामांकन में हज़रत गंज में भीड़ के चलते ट्रैफिक जाम हो गया तो मुख्यमंत्री योगी आदित्यनाथ ने खुद माइक संभाला और ट्रैफिक क्लियर कराया। pic.twitter.com/Nx0PqRWPBY
— SANJAY TRIPATHI (@sanjayjourno) April 29, 2024
ରକ୍ଷା ମନ୍ତ୍ରୀ ନାମାଙ୍କନ ସମୟରେ ବିଜେପି ପ୍ରଦେଶ ମୁଖ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରୋଡ ଶୋ କରିବାର ଥିଲା । ଏହି ରୋଡ ଶୋରେ ସାମିଲ ହେବା ପାଇଁ ହଜାର ହଜାର ଲୋକ ଆସିଥିଲେ । ଏହି ସମୟରେ ଲୋକେ ଫୁଲ ବର୍ଷା କରିଥିଲେ । ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌ ହନୁମାନ ସେତୁ ମନ୍ଦିରକୁ ଯାଇ ପୂଜା କରିଥିଲେ । ଏହାପରେ ଭଗବାନ ଶିବଙ୍କ ଅଭିଷେକ କରି ହନୁମାନ ମନ୍ଦିରର ଦର୍ଶନ କରିଥିଲେ ।