ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର

ସାଲେପୁର(କେନ୍ୟୁଜ୍): ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍‌ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ହୃଷିକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛନ୍ତି ସ୍ତ୍ରୀ କନକଲତା । ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ ହୃଷିକେଶଙ୍କ ଘରେ ପଶିଥିଲେ । ଘରେ ଜେଜେ, ଜେଜେମା ଓ ନାତି ଥିଲେ । ପ୍ରଥମେ ନାତିକୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ ଲୁଟେରା । ସେମାନଙ୍କୁ ସ୍ୱାମୀ ସ୍ତ୍ରୀ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁଇ ଜଣଙ୍କୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଲୁଟେରା । ଦୃର୍ବୃତ୍ତ ହୃଷିକେଶଙ୍କର କାନ କାଟି ଦେଇଛନ୍ତି । ମୁହଁରେ ଗଭୀର କ୍ଷତ ହୋଇଛି ।

ଆକ୍ରମଣରେ କଟି ଯାଇଛି ନାତିର ଆଙ୍ଗୁଠି । ଆକ୍ରମଣ ପରେ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏହାପରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖବର ପାଇ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ୧୦ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.