ଉତ୍ତରପ୍ରଦେଶ : ଟ୍ରାକ୍ଟରକୁ ଧକ୍କା ହେଲା ଟ୍ରକ, ୪ ମୃତ, ୧୩ରୁ ଅଧିକ ଆହତ

ଉତ୍ତରପ୍ରଦେଶ ମେନପୁରୀରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଟ୍ରାକ୍ଟର ଟ୍ରଲିର ଲାଇଟ ଖରାପ ହୋଇଯିବାରୁ ରାସ୍ତା କଡରେ ଟ୍ରାକ୍ଟର ଡ୍ରାଇଭର ଏହାକୁ ସଜାଡୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାଟି ଭୋର ୪.୩୦ ମିନିଟରେ ହୋଇଛି । ଘଟଣା ସ୍ଥଳରେ ୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି ।

ଘଟଣା ବିଷୟରେ ପୋଲିସ ସୂଚନା ପାଇ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ତେବେ ପ୍ରଶାସନିକ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଆହତଙ୍କୁ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଲୋକ ଜନପଦ କନ୍ନୋଜ ଗାଁ କୁଓ୍ଵରପୁରରେ ବାସିନ୍ଦା । ଏମାନେ ନାମକରଣ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଟ୍ରାକ୍ଟରରେ ଯାଉଥିଲେ ।

ସେହିପରି ଉନ୍ନାଓରେ ବରଯାତ୍ରୀ ବସ୍‌ ଓଲଟିବା ଯୋଗୁଁ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତ ଯାତ୍ରୀଙ୍କ କହିବା ମୁତାବକ, ଡ୍ରାଇଭରଙ୍କୁ ନିଦ ଲାଗିବା ଯୋଗୁଁ ବସ୍‌ ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସିପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.