ସକାଳୁ ଉତ୍ତପ୍ତ ପିଣ୍ଡ ପାଲଟିଲାଣି ରାଜ୍ୟ, ସକାଳ ୮ ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୫ ଡିଗ୍ରୀ

ଆକାଶରୁ ନିଆଁ ଖସୁଛି । ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି । ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ନିଆଁ ଖସୁଛି । ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି । ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗିରରେ ୩୪.୨ ସେଲସିୟସ ଥିବା ବେଳେ ରାଉରକେଲାରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବାରିପଦାରେ ୩୩ ଡିଗ୍ରୀ, କେନ୍ଦୁଝର ୩୩ ଡିଗ୍ରୀ, ଝାରସୁଗୁଡାରେ ୩୩ ଡିଗ୍ରୀ ଓ ଭୁବନେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଚଳିତ ଗ୍ରୀଷ୍ମଋତୁରେ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା। ବୌଦ୍ଧରେ ସର୍ବାଧିକ ୪୪.୩ ଓ ବାରିପଦାରେ ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ତେବେ ଆଜି ପାଇଁ ଭୀଷଣ ଗ୍ରୀଷ୍ମଲହରୀ ନେଇ ୪ ଜିଲ୍ଲା ଓ ଗ୍ରୀଷ୍ମଲହରୀ ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

ଅନ୍ୟପଟେ ଆଜି କିଛି ସ୍ଥାନରେ ତାତିରୁ ମିଳିପାରେ ତ୍ରାହି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉପଗ୍ରହରୁ ଜଳୀୟବାଷ୍ପ ସମ୍ପର୍କିତ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଞ୍ଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାସ୍ପର ମାତ୍ରା ବୃଦ୍ଧି ପାଇଛି। ଜଳୀୟବାସ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.