Below header

ସ୍କିନ ଟ୍ୟାନ ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

ଖରାର ଉତ୍ତାପରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଉ । କିନ୍ତୁ ତଥାପି ଅନେକ ଥର କାମ ପାଇଁ ବାହାରକୁ ଯିବାକୁ ପଡିଥାଏ । ତେବେ ସୂର୍ଯ୍ୟ କିରଣ ଯୋଗୁଁ ସ୍କିନ ଟ୍ୟାନ ହେବାକୁ ଲାଗିଥାଏ ।

ଗ୍ରୀଷ୍ମ ଋତୁ ଲୋକଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ହୋଇଥାଏ । ତେବେ ପ୍ରବଳ ଖରା, ତାପମାତ୍ରା ଏବଂ ଗରମ ପବନ ଯୋଗୁଁ, ଆମ ସ୍ୱାସ୍ଥ୍ୟ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିପାରେ । ଖରାର ଉତ୍ତାପରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଉ । କିନ୍ତୁ ତଥାପି ଅନେକ ଥର କାମ ପାଇଁ ବାହାରକୁ ଯିବାକୁ ପଡିଥାଏ । ତେବେ ସୂର୍ଯ୍ୟ କିରଣ ଯୋଗୁଁ ସ୍କିନ ଟ୍ୟାନ ହେବାକୁ ଲାଗିଥାଏ । ଯଦି ଆପଣ ନିଜ ଫେସ୍‌ରୁ ଏହି ଟ୍ୟାନ ହଟାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ କିଛି ଘରୋଇ ଉପଚାର ଟ୍ରାଏ କରିପାରିବେ । ତେବେ ଆସନ୍ତୁ ଜାଣିବା ଯେ ଏହି ଘରୋଇ ଉପଚାର ଗୁଡିକ କ’ଣ ।

ଜାଣନ୍ତୁ ମୁହଁରୁ ଟ୍ୟାନିଂକୁ ଦୂର କରିବାର ଉପାୟ :

କଫି :
ଆମେ ମୁହଁକୁ ଭଲ ରଖିବା ପାଇଁ କଫି ବ୍ୟବହାର କରିଥାଉ । କିନ୍ତୁ ଏହା ସ୍କିନ ଟ୍ୟାନକୁ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିପାଇଁ ଏକ ପାତ୍ରରେ କଫି ପାଉଡର ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଏହା ପରେ ମୁହଁ ଶୁଖିବା ପାଇଁ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

କାକୁଡି ଏବଂ ଗୋଲାପ ଜଳ :
ଏକ ପାତ୍ରରେ କାକୁଡି ରସ ବାହାର କରି ସେଥିରେ ଗୋଲାପ ଜଳ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଶୁଖିବାକୁ ଦିଅନ୍ତୁ । ତାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ ।

ନଡ଼ିଆ :
ଆମେ ଅନେକ ଉପାୟରେ ନଡ଼ିଆ ବ୍ୟବହାର କରୁ । କିନ୍ତୁ ଯଦି ଆପଣ ଏହି ଫଳର ରସ ବାହାର କରି ତୁଳା ସାହାଯ୍ୟରେ ନିଜ ମୁହଁରେ ଲାଗାଇବେ । ତାହେଲେ ଆପଣଙ୍କ ଚେହେରା ହାଇଡ୍ରେଟ୍ ହୋଇଯିବ ଏବଂ ସ୍କିନ ଟ୍ୟାନରୁ ମଧ୍ୟ ମୁକ୍ତି ପାଇବେ ।

ଓଟ୍ସ :
ଓଜନ କମ୍‌ କରିବା ପାଇଁ ଆମେ ସାଧାରଣତଃ ଓଟ୍ସ ଖାଇଥାଉ । କିନ୍ତୁ ଯଦି ଆପଣ ଏଥିରେ ଦହି ମିଶାଇ ଏହାକୁ ମୁହଁରେ ଲଗାଇବେ । ତେବେ ଏହା ସ୍କିନ୍‌ ପାଇଁ ଲାଭଦାୟକ ପ୍ରମାଣିତ ହେବ ଏବଂ ଚେହେରାର ଚମକ ଫେରି ଆସିବ ।

ଲେମ୍ବୁ ଏବଂ ମହୁ :
ସ୍କିନ୍‌ ପାଇଁ ଲେମ୍ବୁ ଏବଂ ମହୁ ସର୍ବୋତ୍ତମ ଔଷଧ ଭାବରେ ବିବେଚନା କରାଯାଏ । ଯଦି ଆପଣ ଲେମ୍ବୁ ରସ ଏବଂ ମହୁକୁ ମିଶାଇ ଆପଣଙ୍କ ମୁହଁରେ ଲଗାଇବେ । ତେବେ ଏହା ଆପଣଙ୍କ ସ୍କିନ ଟ୍ୟାନକୁ ଦୂର କରିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.