Below header

ବୃଦ୍ଧ ବାସୁଲେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ, ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ

ଯାଜପୁର ବ୍ଲକ ଉପର ବରୁହାଁ ଗ୍ରାମରେ ବୃଦ୍ଧ ବାସୁଲେଇ ପୀଠରେ ବାର୍ଷିକଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ଠାରୁ ଏହି ଯଜ୍ଞ ଆରମ୍ଭ ହୋଇଥାଏ । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଚୈତ୍ର ମାସ ଆରମ୍ଭ ହେବା ମାତ୍ରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପୂଜା ଆରମ୍ଭ ହୋଇଯାଏ । ସେହିପରି ଯାଜପୁର ବ୍ଲକ ଉପର ବରୁହାଁ ଗ୍ରାମରେ ବୃଦ୍ଧ ବାସୁଲେଇ ପୀଠରେ ବାର୍ଷିକଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ଠାରୁ ଏହି ଯଜ୍ଞ ଆରମ୍ଭ ହୋଇଥାଏ । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଯଜ୍ଞରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମା’ଙ୍କ ମହିମା ସମ୍ପର୍କରେ ଜାଣିବା ପରେ ପ୍ରତିବର୍ଷ ଯଜ୍ଞରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମା’ଙ୍କ ଏହି ଯଜ୍ଞ ଆଜକୁ ପ୍ରାୟ ୧୧ ବର୍ଷ ହେଲା ଚାଲିଛି । ଏଥିପାଇଁ ଗାଁ ଏବଂ ଗାଁ ବାହାରର ଲୋକମାନେ ବହୁତ ସହଯୋଗ କରିଥାନ୍ତି । ତେବେ ବିଧିବିଧାନ ମୂତାବକ ଏହି ଯଜ୍ଞ ପୂର୍ଣ୍ଣମୀ ପୂର୍ବ ଦିନ ଠାରୁ ଆରମ୍ଭ ହୋଇ ପୂରା ତିନି ଦିନ ପଯ୍ୟନ୍ତ ଚାଲିଥାଏ । ପ୍ରଥମ ଦିନବାଜା, ବାଣ ଏବଂ ରୋଷଣୀ ସହ କଳସୀ ଯାତ୍ରା ହୋଇଥାଏ । ଏଥିରେ ଗାଁ ଏବଂ ଗାଁ ବାହରର ସମସ୍ତ ଲୋକ ଭାଗ ନେଇଥାନ୍ତି । ପରେ ପ୍ରାୟ ତିନି ଦିନ ଧରି ଏହି ଯଜ୍ଞ ଚାଲିଥାଏ । ତେବେ ବର୍ତ୍ତମାନ ଏହାର ପୂର୍ଣ୍ଣ ଆହୁତି ବହୁତ ଧୁମ୍‌ଧାମ୍‌ରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଉଦଯାପିତ ହୋଇଛି ।

ଏହି ଯଜ୍ଞ ଗ୍ରାମବାସୀଙ୍କ ସହଯୋଗରେ ବହୁତ ଭଲ ଭାବରେ ଶେଷ ହୋଇଛି । ତେବେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ଏହି ଯଜ୍ଞ କରାଯାଇଥାଏ । ଗ୍ରାମବାସୀଙ୍କ କହିବା ଅନୁସାରେ, ପ୍ରଥମେ ମା’ ବୃଦ୍ଧ ବାସୁଲେଇଙ୍କୁ ଏକ ଗଛ ମୂଳରେ ପୂଜା କରାଯାଉଥିଲା । ଏବେ ମାଙ୍କ ପାଇଁ ଏକ ମନ୍ଦିର ତିଆରି ହୋଇଛି, ଯେଉଁ ଠାରେ ତାଙ୍କର ବହୁତ ସୁନ୍ଦର ଭାବେ ପୂଜା କରାଯାଉଛି । କାରଣ ମା’ ହେଉଛନ୍ତି ଏଠିକାର ଗ୍ରାମ ଦେବୀ । କୁହାଯାଏ ମା’ ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି । ଏହି ଯଜ୍ଞ ପାଇଁ ଗ୍ରାମବାସୀର ପୂର୍ଣ୍ଣ ସହଯୋଗ ରହିଛି । ଏଥିସହ ପୂରା ଗାଁ ଉତ୍ସବ ମୂଖର ହେବା ସହ ସୁସଜିତ ହୋଇଛି । ଏପରି ଭାବେ ସୁରୁଖୁରରେ ଏହି ଯଜ୍ଞ ଉଦଯାପିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.