Below header

NLC ରେ ୨୩୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

NLC (Neyveli Lignite Corporation) ରେ ଖାଲିପଡିଥିବା ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ୨୩୯ ପଦବୀ ଇଣ୍ଡଷ୍ଟ୍ରିଆଲ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି ।

NLC (Neyveli Lignite Corporation) ରେ ଖାଲିପଡିଥିବା ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ଇଣ୍ଡଷ୍ଟ୍ରିଆଲ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୨୩୯ ପଦବୀ ଖାଲିପଡିଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି ।

ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମୋଡରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ଶେଷ ତାରିଖ ୩୧ ମଇ ୨୦୨୪ ରହିଛି ।

ପଦବୀ ବିବରଣୀ : ୨୩୯

ଜରୁରୀ ତାରିଖ : ଆବେଦନ କରିବାର ତାରି ୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ଶେଷ ମଇ ୩୧ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ ଏବଂ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ । ଏହାସହିତ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ । ତେବେ ପଦବୀ ଅନୁସାରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ ଅଲଗା ଅଲଗା ରହିଛି । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ବୟ ୩୭ ବର୍ଷ ଏବଂ ଓବିସି ୪୦ ବର୍ଷ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କ ବୟସ ୪୨ ବର୍ଷ ହୋଇଥିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.