Below header

ନୂଆ କଲରରେ ଧମାଲ କରିବାକୁ ଆସିଲା Nothing Phone (2a), ଫିଚର ସହ ଦାମ ବି ରହିଛି ବଢ଼ିଆ

କଲର୍‌ ବ୍ୟତୀତ ଏହି ଫୋନରେ ପୂର୍ବ ମଡେଲ ପରି ସମସ୍ତ ସମାନ ଫିଚର ଏବଂ ସ୍ପେସିଫିକେସନ୍‌ ଅଛି । ଆସନ୍ତୁ ଜାଣିବା Nothing Phone (2a) ର ଦାମ୍‌, ଫିଚର ଏବଂ ସ୍ପେସିଫିକେସନ୍‌ କଣ ରହିଛି ।

Nothing Phone (2a) ର ନୂଆ ‘ବ୍ଲୁ’ କଲର ଭାରିଆଣ୍ଟ ଆସିଛି । ଏହା କେବଳ ଭାରତରେ ମିଳୁଥିବା ଏକ ଖାସ୍‌ ଫୋନ୍ । Nothing Phone (2a) ର ଏହି ବ୍ଲୁ ମଡେଲ୍ ଫ୍ଲିପକାର୍ଟରେ ଲଞ୍ଚ କରାଯାଇଛି ଏବଂ ଆପଣ ଏହାକୁ ଅତି ସହଜରେ କିଣି ପାରିବେ । କଲର୍‌ ବ୍ୟତୀତ ଏହି ଫୋନରେ ପୂର୍ବ ମଡେଲ ପରି ସମସ୍ତ ସମାନ ଫିଚର ଏବଂ ସ୍ପେସିଫିକେସନ୍‌ ଅଛି । ଆସନ୍ତୁ ଜାଣିବା Nothing Phone (2a) ର ଦାମ୍‌, ଫିଚର ଏବଂ ସ୍ପେସିଫିକେସନ୍‌ କଣ ରହିଛି ।

୧୨୮ GB ଷ୍ଟୋରେଜ୍ ସହିତ ବେସ୍ ମଡେଲର ଦାମ ୨୫,୯୯୯ ଟଙ୍କା ରହିଛି । ସେହିପରି ୧୨ GB RAM + ୨୫୬ GB ଷ୍ଟୋରେଜ ଥିବା ମଡେଲର ମୂଲ୍ୟ ୨୯,୯୯୯ ଟଙ୍କା । ଏହି ଫୋନ୍ କେବଳ ଭାରତରେ ଉପଲବ୍ଧ ହେବ ଏବଂ ଏହାର ବିକ୍ରି ମେ ୨ ତାରିଖ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ । ପ୍ରଥମ ସେଲ୍‌ ଦିନ ଏହି ଫୋନ୍ ମାତ୍ର ୧୯,୯୯୯ ଟଙ୍କାରେ କିଣାଯାଇପାରିବ ।

Nothing Phone (2a)ରେ ୬.୭ ଇଞ୍ଚର ସ୍କ୍ରିନ୍ ଦିଆଯାଇଛି ଯାହାକୁ AMOLED କୁହାଯାଏ । ଏହା ୧୨୦ Hz ରିଫ୍ରେସ୍‌ ରେଟ୍‌ ସହ ୧୩୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ଦେଇଥାଏ । ଗୋରିଲା ଗ୍ଲାସ୍ ୫ ର ସେଫ୍ଟି ସହିତ ଏହା ଆସିଥାଏ । Nothing Phone (2a)ର କ୍ୟାମେରା ବିଷୟରେ କହିବାକୁ ଗଲେ, ରିୟର ସାଇଡରେ ଦୁଇଟି କ୍ୟାମେରା ରହିଛି – ୫୦MP ମେନ୍‌ କ୍ୟାମେରା ରହିଛି ଯାହା OIS + EIS ଟେକ୍ନୋଲୋଜି ସହିତ ଆସୁଛି ଏବଂ ୫୦ MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି । ସେଲଫି ପାଇଁ ୩୨ MP ଫ୍ରଣ୍ଟ କ୍ୟାମେରା ଯୋଗାଇ ଦିଆଯାଇଛି । ୫୦୦୦mAh ବ୍ୟାଟେରୀ ଅଛି ଯାହା ୪୫ W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ଏହି ଫୋନ୍ରେ ୩ ବର୍ଷ ପାଇଁ ଆଣ୍ଡ୍ରଏଡ୍ ଅପଡେଟ୍ ଏବଂ ୪ ବର୍ଷ ପାଇଁ ସିକ୍ୟୁରିଟି ପ୍ୟାଚ୍ ମିଳିବ ବୋଲି କମ୍ପାନୀ ପ୍ରତିଶୃତି ଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.