ଚଳିତ ବର୍ଷ ଲଞ୍ଚ ହେବାକୁ ଯାଉଛି ଏହିସବୁ ଦମଦାର ବାଇକ୍, ଜାଣନ୍ତୁ କେତେ ରହିଛି ଦାମ
ଚଳିତ ବର୍ଷ ଅନେକ ବାଇକ୍ ଏବଂ ସ୍କୁଟର ଭାରତୀୟ ବଜାରରେ ଲଞ୍ଚ ହୋଇପାରେ । ଚଳିତ ବର୍ଷ ଭାରତୀୟ ବଜାରକୁ ଆସୁଥିବା ଦୁଇ ଚକିଆ ଯାନ ଭିତରେ ହୋଣ୍ଡା ଏବଂ ୟାମାହାର ମଡେଲ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଆସନ୍ତୁ ଏହିସବୁ ବାଇକର ଦାମ ଏବଂ ଫିଚର୍ସ ବିଷୟରେ ଜାଣିବା ।

ବାଇକ୍ ଏବଂ ସ୍କୁଟର ପ୍ରେମୀମାନେ ନୂଆ ଗାଡି ଲଞ୍ଚ ହେବାକୁ ନେଇ ସବୁବେଳେ ବହୁତ ଉତ୍ସାହିତ ଥାନ୍ତି । ଚଳିତ ବର୍ଷ ମଧ୍ୟ ଅନେକ ବାଇକ୍ ଏବଂ ସ୍କୁଟର ଭାରତୀୟ ବଜାରରେ ଲଞ୍ଚ ହୋଇପାରେ । ଚଳିତ ବର୍ଷ ଭାରତୀୟ ବଜାରକୁ ଆସୁଥିବା ଦୁଇ ଚକିଆ ଯାନ ଭିତରେ ହୋଣ୍ଡା ଏବଂ ୟାମାହାର ମଡେଲ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଆସନ୍ତୁ ଏହିସବୁ ବାଇକର ଦାମ ଏବଂ ଫିଚର୍ସ ବିଷୟରେ ଜାଣିବା ।
-Vepsa Elettrica 70 ଏକ ବଜେଟ୍ ଫ୍ରେଣ୍ଡଲି ସ୍କୁଟର ଲଞ୍ଚ ହେବାକୁ ଯାଉଛି । ଏହି ସ୍କୁଟରର ଆରମ୍ଭ ମୂଲ୍ୟ ୯୦ ହଜାର ଟଙ୍କା ସହିତ ବଜାରରେ ଲଞ୍ଚ କରାଯାଇପାରିବ । ଏହି ସ୍କୁଟର ଚଳିତ ବର୍ଷ ଜୁନରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।
-Honda PCX160 ର ଏକ ପାୱାରଫୁଲ ୧୬୦ cc ଇଞ୍ଜିନ୍, ୪-ଷ୍ଟ୍ରୋକ ଭଲଭ୍ ଅଛି । ଏହା ବ୍ୟତୀତ ଏହି ବାଇକରେ ଫୁଲ୍ ଡିଜିଟାଲ୍ ମିଟର ପ୍ୟାନେଲ୍ ମଧ୍ୟ ଦିଆଯାଉଛି । ହୋଣ୍ଡାର ଏହି ବାଇକ୍ ଜୁନ୍ ମାସରେ ଭାରତୀୟ ବଜାରରେ ଆସିପାରେ ବୋଲି ସୂଚନା ମିଳିଛି । ଏହି ବାଇକର ମୂଲ୍ୟ ପ୍ରାୟ ୧.୨ ଲକ୍ଷ ଟଙ୍କା ହୋଇପାରେ।
-Benelli TNT300 ରେ ଏକ ଇନଲାଇନ ୨-ସିଲିଣ୍ଡର, ୪-ଷ୍ଟ୍ରୋକ, ଲିକ୍ଵିଡ-କୁଲ୍ଡ, ୪-ଭଲଭ, DOHC ଇଞ୍ଜିନ୍ ଅଛି, ଯାହା ୧୦,୫୦୦ rpm ରେ ୩୨.୨ hp ପାୱାର ଏବଂ ୬,୫୦୦ rpm ରେ ୧୮.୪ ft.lb ର ଟର୍କ ସୃଷ୍ଟି କରିବ । ଏହି ବାଇକ୍ ୨୦୨୪ ମସିହାରେ ନଭେମ୍ବର ମାସରେ ମାର୍କେଟରେ ଲଞ୍ଚ ହୋଇପାରେ ।
-Kawasaki Z400 ର ପାରାଲାଲ-ଟ୍ୱିନ ୩୯୯ cc ଇଞ୍ଜିନ ଅଛି । ନଭେମ୍ବର ୨୦୨୪ରେ ଏହି ବାଇକ୍ ଲଞ୍ଚ କରାଯାଇପାରିବ । ଏହି କାୱାସାକି ବାଇକର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହୋଇପାରେ ।
-Yamaha XSR155 ରେ ଏକ ଲିକ୍ଵିଡ-କୁଲ୍ଡ, ୪-ଷ୍ଟ୍ରୋକ, SOHC, ୪-ଭଲଭ୍, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଅଛି । ୟାମାହାର ଏହି ବାଇକ୍ ଚଳିତ ବର୍ଷ ଡିସେମ୍ବର ମାସରେ ଲଞ୍ଚ ହୋଇପାରେ । ଏହି ବାଇକର ମୂଲ୍ୟ ପ୍ରାୟ ୧.୪ ଲକ୍ଷ ଟଙ୍କା ହୋଇପାରେ ।
ତେବେ ଯଦି ଆପଣ ମଧ୍ୟ ଚଳିତ ବର୍ଷ ଏକ ବାଇକ କିମ୍ବା ସ୍କୁଟି କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।