ରଖିଲେ ପ୍ରଭୁ ମାରିବ କିଏ: ପାଣିରେ ପଡ଼ିବା ପରେ ବି ବଞ୍ଚିଗଲା କଅଁଳ ଜୀବନ

ସତରେ ଈଶ୍ୱର କାହାକୁ କେତେବେଳେ ତାରନ୍ତି କାହାକୁ ମାରନ୍ତି କହିହେବ ନାହିଁ । ଏ ଉକ୍ତିଟିର ସତ୍ୟତା ପ୍ରମାଣିତ କରିଛି ଗତକାଲିର ଲଖନପୁର ଡଙ୍ଗାବୁଡ଼ି ଘଟଣା ।

ଝାରୁସୁଗୁଡା(କେନ୍ୟୁଜ): ସତରେ ଈଶ୍ୱର କାହାକୁ କେତେବେଳେ ତାରନ୍ତି କାହାକୁ ମାରନ୍ତି କହିହେବ ନାହିଁ । ଏ ଉକ୍ତିଟିର ସତ୍ୟତା ପ୍ରମାଣିତ କରିଛି ଗତକାଲିର ଲଖନପୁର ଡଙ୍ଗାବୁଡ଼ି ଘଟଣା । ଯେଉଁଥିରେ ଗୋଟିଏ ଶିଶୁକୁ ପାଣି ଭିତରୁ ଜୀବିତ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ କୁନି ପିଲାଟିର ମାନସିକ ପୂରଣ ପାଇଁ ଗତକାଲି ଛତିଶଗଡ଼ରୁ ଗୋଟିଏ ପରିବାର ଏବଂ ଗାଁ ଲୋକେ ଡଙ୍ଗାରେ ନଦୀ ପାରି ହୋଇ ଆସିଥିଲେ ।

ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ବୋଲି ଜଣାପଡ଼ିଛି । ସେମାନେ ବରଗଡ଼ ଆମ୍ବାଭୋନାର ପଥରସିନୀରେ ପିକନିକ ସାରି ଫେରୁଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ ଏଇ ବର୍ଷକର ପିଲାଟି କିନ୍ତୁ ପାଣିରେ ପଡ଼ିବା ପରେ ମଧ୍ୟ ବଞ୍ଚି ଯାଇଥିଲା । ପିଲାଟିକୁ ତାର ମା ଉଦ୍ଧାର କରିଥିବା ଜଣାପଡ଼ିଛି । ସତରେ ରଖେ ହରି ତ ମାରେ କିଏ । ଭଗବାନ ଯାହାକୁ ଆୟୁଷ ଦେଇଛନ୍ତି ସେ ମରଣ ମୁହଁରୁ ବି ଫେରିଆସିବ ।

ତେବେ ସୂଚନା ମୁତାବକ, ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୪ ମହିଳା ଓ ୩ ନାବାଳକ ଥିବା ଜଣାଯାଇଛି । ଦୁଇ ମୃତ ନାବାଳକଙ୍କ ପରିଚୟ ମିଳିଛି । ଏମାନେ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ । ଉଭୟଙ୍କ ବୟସ ୭ ବର୍ଷ । ଦୁଇ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ଆଜି ସକାଳେ ୬ଟି ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣଙ୍କ ପତ୍ତା ମିଳି ନାହିଁ ।

ଚାଲିଛି ସର୍ଚ୍ଚ ଅପରେସନ । ଭୁବନେଶ୍ୱରରୁ ସ୍କୁବା ଡାଇଭର ଯାଇଛନ୍ତି । ୨ଟି ସର୍ଚ୍ଚ କ୍ୟାମେରା ଯାଇଛି । ଏହି ଟିମ୍ ଖୋଜାଖୋଜି ଆରମ୍ଭ କରିଛି । ଏମାନଙ୍କ ସହ ସର୍ଚ୍ଚ ଅପରେସନରେ ଅଛନ୍ତି ସ୍ଥାନୀୟ ଅଗ୍ନିଶମ ବାହିନୀ ।

ଭଟଲୀ, ଲକ୍ଷ୍ମନପୁର ଓ ସମ୍ବଲପୁରର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ତେବେ ଗତକାଲି ଛତିଶଗଡ଼ ଅତରଲିଆର ୫୦ ଜଣ ବୋଟରେ ବରଗଡ଼ ଆମ୍ବାଭୋନାର ପଥରସିନୀରେ ପିକନିକ ସାରି ଫେରୁଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଡଙ୍ଗାରେ ଯାତ୍ରୀଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ପିଲା ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.