ମହାନଦୀରେ ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ଆଉ ୫ ନିଖୋଜ

ମହାନଦୀରେ ଆଉ ଦୁଇ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର । ଏଥିସହ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧାର କରିଛନ୍ତି । ଏବେ ୫ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର ।

ଝାରସୁଗୁଡ଼ା (କେନ୍ୟୁଜ): ମହାନଦୀରେ ଆଉ ଦୁଇ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର । ଏଥିସହ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧାର କରିଛନ୍ତି । ଏବେ ୫ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର । ସର୍ଚ୍ଚ କ୍ୟାମେରା ସହାୟତାରେ ଖୋଜା ଯାଉଛି । ଗତକାଲି ଝାରସୁଗୁଡ଼ାରେ ମହାନଦୀରେ ଡଙ୍ଗା ବୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ । କିନ୍ତୁ ନିଖୋଜଙ୍କ ସନ୍ଧାନ ମିଳି ନଥିଲା । ଭୁବନେଶ୍ବରରୁ ସ୍କୁବା ଡାଇଭର ଯାଇଥିଲେ । ୨ଟି ସର୍ଚ୍ଚ କ୍ୟାମେରା ଯାଇଥିଲା । ଏହି ଟିମ ଖୋଜାଖୋଜି ଆରମ୍ଭ କରିଛି । ଏମାନଙ୍କ ସହ ସର୍ଚ୍ଚ ଅପରେସନରେ ଅଛନ୍ତି ସ୍ଥାନୀୟ ଅଗ୍ନିଶମ ବାହିନୀ । ଭଟଲୀ, ଲକ୍ଷ୍ମନପୁର ଓ ସମ୍ବଲପୁରର ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।

ଗତକାଲି ଛତିଶଗଡ଼ ଅତରଲିଆର ୫୦ ଜଣ ବୋଟରେ ବରଗଡ଼ ଆମ୍ବାଭୋନାର ପଥରସିନୀରେ ପିକନିକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଯାତ୍ରୀଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର । ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣାପଡ଼ି ନାହିଁ। ତେବେ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ ବୋଲି କୁହାଯାଉଛି । ସେହିପରି ତାହା ଏକ ପୁରୁଣା ଡଙ୍ଗା ଥିଲା ଓ ସେଥିରେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ମଧ୍ୟ ନଥିଲା । ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପୋଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.