ଚିତ୍ର କହୁଛି କଥା: ଆପଣ ଆସନ୍ତୁ ଭୋଟ ଦିଅନ୍ତୁ, ଆପଣଙ୍କର ଗୋଟିଏ ଭୋଟ ବହୁତ ମୂଲ୍ୟବାନ

କାନ୍ଥ ବାଡରେ ଅଙ୍କା ଚାଲିଛି ରଙ୍ଗ ବେରଙ୍ଗର ଚିତ୍ର । ତୁଳୀ ସହିତ ବିଭିନ୍ନ ରଙ୍ଗରେ ଅଲଗା ଅଲଗା ଚିତ୍ର ଅଙ୍କିବାରେ ଲାଗିପଡିଛନ୍ତି ଚିତ୍ରକରମାନେ ।

ଜୟପୁର(କେନ୍ୟୁଜ): କାନ୍ଥ ବାଡରେ ଅଙ୍କା ଚାଲିଛି ରଙ୍ଗ ବେରଙ୍ଗର ଚିତ୍ର । ତୁଳୀ ସହିତ ବିଭିନ୍ନ ରଙ୍ଗରେ ଅଲଗା ଅଲଗା ଚିତ୍ର ଅଙ୍କିବାରେ ଲାଗିପଡିଛନ୍ତି ଚିତ୍ରକରମାନେ । ତେବେ ସବୁ ଚିତ୍ରରେ ଗୋଟେ ଜିନିଷ ଦେଖିବାକୁ ମିଳିଛି ତାହା ହେଉଛି ନିର୍ବାଚନ । ଅର୍ଥାତ୍ ନିର୍ବାଚନରେ କିଭଳି ସାଧାରଣ ଲୋକ ନିଜର ଉପସ୍ଥିତିକୁ ଜାହିର କରି ନିଜର ମତଦାନ କରିବେ ସେନେଇ କଥାରେ ନୁହେଁ ବରଂ ଚିତ୍ରରେ ବୁଝାଇ ଦେଉଛନ୍ତି ।

ଆପଣ ଆସନ୍ତୁ ଭୋଟ ଦିଅନ୍ତୁ, ଆପଣଙ୍କର ଗୋଟିଏ ଭୋଟ ବହୁତ ମୂଲ୍ୟବାନ । ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ସହରର କାନ୍ଥ ବାଡ଼ରେ ଭୋଟରଙ୍କୁ ସଚେତନ କରିବା ପାଇଁ ସୁନ୍ଦର ଓ ଆକୃଷ୍ଟ ୱାଲ ପେଣ୍ଟିଙ୍ଗ କରାଯାଉଛି ।

ଜୟପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ ପାଇଁ ପେଣ୍ଟିଙ୍ଗ କରାଯାଇ ଚିତ୍ରକାର ମାନଙ୍କୁ ପୁରସ୍କୃତ କରାଯାଇଛି । ଲୋକଙ୍କୁ ସଚେତନ କରିବା ଓ ଭୋଟ ପ୍ରତିଶତ ବୃଦ୍ଧି କରିବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ସେପଟେ ପେଣ୍ଟର କହିଛନ୍ତି ନିଜ ପେଣ୍ଟିଙ୍ଗ ମାଧ୍ୟମରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ସଚେତନତା ସୃଷ୍ଟି କରିବା ସେମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ ।

ମତଦାନ କରନ୍ତୁ, ମୋ ମତ ମୋ ଅଧିକାର ଭଳି ଭୋଟକୁ ନେଇ ଅନେକ କିଛି ସଚେତନତା ବାର୍ତ୍ତା ଦିଆଯାଉଛି ଏହି ୱାଲ୍ ପେଣ୍ଟିଙ୍ଗ ମାଧ୍ୟମରେ । ଯାହା .ଦେଖିବାକୁ ଯେମିତି ସୁନ୍ଦର ଲାଗୁଛି ତାଠାରୁ ଅଧିକ ପରିଶ୍ରମ କରି ଚିତ୍ରକର ମାନେ ଦେଶ ପାଇଁ ଭୋଟର ମହତ୍ୱକୁ ସାଧାରଣ ଜନତାଙ୍କୁ ବୁଝାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.