Below header

AIର ହଠାତ ଲୋକପ୍ରିୟତା ଦେଖି ସୁନ୍ଦର ପିଚାଇ ଗୁଗଲରେ ଜାରି କଲେ ‘କୋଡ଼୍‍ ରେଡ୍‌’

୨୦୨୨ ମସିହାରେ OpenAI ର ଜେନେରେଟିଭ୍ AI ଚାଟବଟ୍, ChatGPT ର ଲଞ୍ଚ ସିଲିକନ୍ ଭ୍ୟାଲିରେ ଏକ ବଡ଼ ଝଟକା ଥିଲା ଏବଂ ଗୁଗଲ୍ ମଧ୍ୟ ଏଥିରୁ ବଞ୍ଚି ନାହିଁ । ChatGPIT ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପିଚାଇ କମ୍ପାନୀ ମଧ୍ୟରେ ଏକ "କୋଡ଼୍‍ ରେଡ୍" ଜାରି କରିଥିବା ଜଣାଯାଇଛି ।

ଜେନେରେଟିଭ୍ AIର ଦ୍ରୁତ ଗତିର ବୃଦ୍ଧି ଗତ କିଛି ବର୍ଷ ମଧ୍ୟରେ ଟେକନିକାଲ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି । AIର ହଠାତ୍ ଏଭଳି ଲୋକପ୍ରିୟତା ଦେଖି ଟେକ୍ ଜିଆଣ୍ଟ୍ ଗୁଗଲ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ନିକଟରେ କହିଛନ୍ତି ଯେ ସେ ପୂର୍ବରୁ AI ର ଗୁରୁତ୍ୱ ବିଷୟରେ ଜାଣି ପାରିଥିଲେ । କିନ୍ତୁ ଜନସାଧାରଣଙ୍କ ମଧ୍ୟରେ AI ପ୍ରତି ଥିବା ଅତ୍ୟଧିକ ଆଗ୍ରହ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

୨୦୨୨ ମସିହାରେ OpenAI ର ଜେନେରେଟିଭ୍ AI ଚାଟବଟ୍, ChatGPT ର ଲଞ୍ଚ ସିଲିକନ୍ ଭ୍ୟାଲିରେ ଏକ ବଡ଼ ଝଟକା ଥିଲା ଏବଂ ଗୁଗଲ୍ ମଧ୍ୟ ଏଥିରୁ ବଞ୍ଚି ନାହିଁ । ChatGPIT ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପିଚାଇ କମ୍ପାନୀ ମଧ୍ୟରେ ଏକ “କୋଡ଼୍‍ ରେଡ୍” ଜାରି କରିଥିବା ଜଣାଯାଇଛି । ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ପିଚାଇ ପ୍ରକାଶ କରିଛନ୍ତି ଯେ ଯେତେବେଳେ ସେ AI କୁ ଭବିଷ୍ୟତର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟ ଭାବରେ ଦେଖଥିଲେ ସେତେବେଳେ ତାଙ୍କ ମନରେ ଭିନ୍ନ ଭିନ୍ନ ଭାବନା ଆସିଥିଲା । AI ର ହଠାତ୍ ଲୋକପ୍ରିୟତା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ତେଣୁ ସେ ଗୁଗଲରେ ଏକ ଜରୁରୀକାଳୀନ ପରିସ୍ଥିତି ଜାରି କରି କମ୍ପାନୀକୁ ଏହାର AI ଡେଭଲପମେଣ୍ଟରେ ପରିବର୍ତ୍ତନ କରିବାକୁ କହିଥିଲେ । ପ୍ରଡକ୍ଟକୁ ଆଗକୁ ବଢ଼ାଇ ନେବାରେ କମ୍ପାନୀର କୋ- ଫାଉଣ୍ଡର ଲ୍ୟାରି ପେଜ୍ ଏବଂ ସର୍ଗଇ ବ୍ରିନଙ୍କୁ ଫେରାଇ ଆଣିବା ଏଥିରେ ସାମିଲ ଥିଲା ।

କମ୍ପାନୀ ନିଜର AI ପ୍ରଡକ୍ଟଗୁଡିକ ଜାରି କରିଛି । କମ୍ପାନୀ ନିଜର AI ଟିମକୁ ମିଶାଇଛି । ଗୁଗଲ୍ ବ୍ରେନ୍ ଏବଂ ଡିପ୍‌ ମାଇଣ୍ଡକୁ ଗୁଗଲ୍ ଡିପ୍ ମାଇଣ୍ଡ ନାମକ ଟିମରେ ମିଶାଇଛି । ଏତେ ସବୁ ପରେ ମଧ୍ୟ ଗୁଗଲ୍ AIକୁ କଣ୍ଟ୍ରୋଲ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛି ।

କମ୍ପାନୀ ଏହାର AI ଯାତ୍ରାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅସୁବିଧା ଅନୁଭବ କଲା । ପ୍ରଥମେ, ଏହାର ଚାଟବଟ୍ ବାର୍ଡ ଏକ ଡେମୋ ସମୟରେ ଭୁଲ କରିଥିଲା, ଯାହାକୁ ୟୁଜର୍ସ ଏବଂ ଟେକନିସିଆନମାନେ ସମାଲୋଚନା କରିଥିଲେ । ପରେ, ଏହାର ଜେମିନି AI ମଡେଲ ଇମେଜ୍‌ କ୍ରିଏଟ୍‌ କରିବାରେ ବିଫଳ ହେଲା । ପିଚାଇ ଏହି ସମସ୍ୟାଗୁଡିକୁ ସ୍ୱୀକାର କରିଥିଲେ । ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ମଡେଲର କିଛି ପ୍ରତିକ୍ରିୟା ୟୁଜର୍ସଙ୍କୁ ଅସନ୍ତୁଷ୍ଟ କରିଛି । କିନ୍ତୁ ସେ AI ଲ୍ୟାଣ୍ଡସ୍କେପରେ ଗୁଗଲର ସ୍ଥିତିକୁ ନେଇ ଆତ୍ମବିଶ୍ୱାସୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.