Below header

ଆହୁରି ୪ ଦିନ ଯାଏଁ ହିଟୱେଭ, ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୬ ଟପିଲା ତାପମାତ୍ରା

ଆହୁରି ୪ ଦିନ ଯାଏଁ ହିଟୱେଭ। ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି । ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ।

ଭୁବନେଶ୍ୱର (କେନ୍ୟୁଜ): ଆହୁରି ୪ ଦିନ ଯାଏଁ ହିଟୱେଭ। ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି । ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ। ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ୨ ମେ’ ଯାଏ ଏଭଳି ସ୍ଥିତି ରହିବା ସମ୍ଭାବନା ରହିଛି। କିଛି ସ୍ଥାନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟୱେଭକୁ ଗୁରୁତର ସହ ନେବାକୁ ଅପିଲ୍ କରିଛି ପାଣିପାଗ ବିଭାଗ । ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ ତାତି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ସେହିପରି ରାଜ୍ୟରେ ତାତି ସାଙ୍ଗକୁ ଗୁଳୁଗୁଳି ବି ଜନଜୀବନକୁ ଆସ୍ତଵ୍ୟସ୍ତ କରିଦେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ୩୬ ଟପିଲା ପାରଦ । ୩୬.୮ ଡିଗ୍ରୀ ସହ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ବାରିପଦାରେ ୩୬ ଡିଗ୍ରୀ, ବଲାଙ୍ଗୀର, କେନ୍ଦୁଝର ଓ ରାଉରକେଲା ୩୪.୮ ଡିଗ୍ରୀ ବାଲେଶ୍ୱର, ଭବାନୀପାଟଣା ଓ ବୌଦ୍ଧ ୩୪ ଡିଗ୍ରୀ, ଭୁବନେଶ୍ୱର ଓ ଜଗତସିଂହପୁର ୩୩.୪, କଟକ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅତିଭୀଷଣ ଗ୍ରୀଷ୍ମଲହରୀ ନେଇ ଆଜି ୧୧ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.