Below header

ହୁହୁ ହୋଇ ଜଳୁଛି ଶିମିଳିପାଳ: ବନ୍ୟଜନ୍ତୁ କଲବଲ

ଦିନ ରାତି ଜଳୁଛି ଶିମିଳିପାଳ ।  ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ ।  ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୨ଟି ପଏଣ୍ଟରେ ନିଆଁ ଲାଗିଥିଲା । ଆଜି ସକାଳୁ ସକାଳୁ ଅଭୟାରଣ୍ୟର ୩୫ ଟି ପଏଣ୍ଟରେ ଲାଗିଛି ନିଆଁ ।

କରଞ୍ଜିଆ (କେନ୍ୟୁଜ): ଦିନ ରାତି ଜଳୁଛି ଶିମିଳିପାଳ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୨ଟି ପଏଣ୍ଟରେ ନିଆଁ ଲାଗିଥିଲା । ଆଜି ସକାଳୁ ସକାଳୁ ଅଭୟାରଣ୍ୟର ୩୫ ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୨୨ଟି ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୧୩ ଟି ପଏଣ୍ଟରେ ନିଆଁ ଲାଗିଥିବା RCCF ସୂଚନା ଦେଇଛନ୍ତି । ନିଆଁ ଲିଭାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ସାମିଲ ଅଛନ୍ତି । ପ୍ରାୟ ୩୦୦ ସ୍କାର୍ଡ ଗଠନ କରଯାଇଛି। ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ବିପଦରେ । ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଜଙ୍ଗଲ ନିଆଁ ପ୍ରଭାବରେ ବହୁସଂଖ୍ୟାରେ ବନ୍ୟଜନ୍ତୁ ଶିମିଳିପାଳ ଛାଡ଼ି ଜନବସତିକୁ ପଳାଇ ଆସୁଛନ୍ତି । ଶିକାରୀ କିମ୍ବା ଜଙ୍ଗଲ ପାଖ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କର ଜୀବନ ମଧ୍ୟ ଯାଉଛି । ତେବେ ଜନବସତିକୁ ଚାଲି ଆସୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ଗାଁ ପାଖରେ ଜୀବଜନ୍ତୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଲୋକମାନଙ୍କୁ ବୁଝାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.