Below header

ଭାରତୀୟ ସେନାରେ ମହିଳା ଲେଫ୍ଟନାଣ୍ଟ ଡାକ୍ତର ହୋଇ ଇତିହାସ ସୃଷ୍ଟି କଲେ ଜୋୟା

କଠିନ ପରିଶ୍ରମର ଫଳ ପାଇଛନ୍ତି ଛତିଶଗଡ଼ର ଝିଅ ଜୋୟା ମିର୍ଜା । ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଡାକ୍ତର ହୋଇ ଜୋୟା ଇତିହାସ ସୃଷ୍ଟି କରିଛନ୍ତି । ଦୁର୍ଗ ଜିଲ୍ଲାର ବାସିନ୍ଦା ଜୋୟା ଛତିଶଗଡର ପ୍ରଥମ ମହିଳା ଭାବେ ଏହି ପଦବୀ ହାସଲ କରିଛନ୍ତି ।

ମନରେ ଉଚ୍ଚ ଅଭିଳାଷ ଥିଲେ ସଫଳତା ଆପେ ଆପେ ଆସେ । କଷ୍ଟ କଲେ କୃଷ୍ଣ ମିଳେ ଏକଥା କେବଳ କଥାରେ ନୁହେଁ ସତରେ ପ୍ରମାଣିତ ହୋଇଛି । କଠିନ ପରିଶ୍ରମର ଫଳ ପାଇଛନ୍ତି ଛତିଶଗଡ଼ର ଝିଅ ଜୋୟା ମିର୍ଜା । ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଡାକ୍ତର ହୋଇ ଜୋୟା ଇତିହାସ ସୃଷ୍ଟି କରିଛନ୍ତି । ଦୁର୍ଗ ଜିଲ୍ଲାର ବାସିନ୍ଦା ଜୋୟା ଛତିଶଗଡର ପ୍ରଥମ ମହିଳା ଭାବେ ଏହି ପଦବୀ ହାସଲ କରିଛନ୍ତି । ଜୋୟା ମିର୍ଜା AFMC (ଆର୍ମଡ ଫୋର୍ସେସ ମେଡିକାଲ କଲେଜ) ରେ MBBS ଶେଷ କରିବା ପରେ ଭାରତୀୟ ସେନାରେ କମିଶନ ଲେଫ୍ଟନାଣ୍ଟ ଡାକ୍ତର ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଜାମ୍ମୁରେ ଡ୍ୟୁଟି ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ ଏକ ସାକ୍ଷାତକାରରେ ନିଜର ସଂଘର୍ଷ କାହାଣୀ ବିଷୟରେ ସୂଚନା ଦେଇଥିଲେ। ଯାହା ବର୍ତ୍ତମାନର ଯୁବପିଢ଼ୀଙ୍କ ପାଇଁ ଉଦାହରଣ ପାଲଟିଛି । ତେବେ ଆସନ୍ତୁ ଜାଣିବା ଜୋୟା କିପରି ଭାବେ ସଫଳତାର ଶିଖରରେ ପହଞ୍ଚିଛନ୍ତି ।

ଜୋୟା ପିଲାଦିନରୁ ପାଠ ପଢ଼ା ପ୍ରତି ବେଶ୍‌ ଆଗ୍ରହୀ ଥିଲେ । ତାଙ୍କ ଜେଜେମା ଚାହୁଁଥିଲେ ଯେ ସେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ । କିନ୍ତୁ ଗତ ବର୍ଷ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା । ଏବଂ ସେ ତାଙ୍କ ଜେଜେମାଙ୍କୁ ଏହି ସଫଳତା ଦେଖାଇ ପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।
ଦ୍ୱାଦଶ ଶ୍ରେଣୀରେ ଜୀବ ବିଜ୍ଞାନରେ ପଢ଼ୁଥିବା ବେଳେ ଜୋୟା NEET ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, କିନ୍ତୁ ସଫଳ ହୋଇପାରି ନଥିଲେ । ପରୀକ୍ଷା ଫଳ ଖରାପ ହେବାରୁ ନିରାଶ ହୋଇ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ହାସଲ କରିବା ପାଇଁ ଧ୍ୟାନ ଦେଇଥିଲେ। ଜୋୟାଙ୍କ ଜେଜେମା ଏବଂ ତାଙ୍କ ବାପା ତାଙ୍କୁ କୋଟାରେ NEET ପାଇଁ ପ୍ରସ୍ତୁତ ହେବାକୁ ବୁଝାଇଥିଲେ ।

ଜୋୟା କହିଛନ୍ତି ଯେ ସେହି ସମୟରେ ତାଙ୍କ ମା’ ସରକାରୀ ବିଦ୍ୟାଳୟର ଶିକ୍ଷକ ଭାବରେ କାମ କରୁଥିଲେ ଏବଂ ପିତା ଛତିଶଗଡ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ପାଇଁ ପିଚ୍ କ୍ୟୁରେଟର ଭାବରେ କାମ କରୁଥିଲେ । ତାଙ୍କ ଶିକ୍ଷା ପାଇଁ ତାଙ୍କ ପିତାମାତାଙ୍କୁ ଋଣ ନେବାକୁ ପଡିଥିଲା । NEET ପରୀକ୍ଷାର ପନ୍ଦରରୁ କୋଡ଼ିଏ ଦିନ ପୂର୍ବରୁ, ତାଙ୍କ ଜେଜେମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଘରକୁ ଫେରିବାକୁ ପଡ଼ିଥିଲା । ପରେ ସେ ଦ୍ୱିତୀୟ ପ୍ରୟାସ ପାଇଁ କୋଟାକୁ ଫେରିଥିଲେ । କିନ୍ତୁ ଏହି ପରୀକ୍ଷାରେ ମଧ୍ୟ ସେ ସଫଳତା ପାଇନଥିଲେ । ପରେ ତାଙ୍କ ଜେଜେମା ତାଙ୍କୁ NEET ପାଇଁ ଆଉ ଥରେ ଚେଷ୍ଟା କରିବା ପାଇଁ ବୁଝାଇଥିଲେ ଏବଂ ସେ ଏକ କୋଚିଂ ସେଣ୍ଟରରେ ଯୋଗ ଦେଇଥିଲେ ।

ଜୋୟା କହିଛନ୍ତି ଯେ ୨୦୧୯ ରେ ପ୍ରଥମ ଥର ପାଇଁ ସେ ୬୨୨ ମାର୍କ ସହିତ NEET ପରୀକ୍ଷାରେ ପାସ୍‌ ହୋଇ AFMC କୁ ବାଛିଥିଲେ । AFMC ରେ ମହିଳା ପ୍ରାର୍ଥୀଙ୍କ ପାଇଁ କଟ୍ ଅଫ୍ ସ୍କୋର ୬୨୦ ଥିବାବେଳେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଏହା ୬୦୦ ମାର୍କ ଥିଲା । AFMC ରେ ୪.୫ ବର୍ଷର MBBS ପାଠ ପଢ଼ି ଶେଷରେ ତାଙ୍କ ସ୍ୱପ୍ନ ପୂରା କରିଛନ୍ତି । ତାଙ୍କର ଏ ସଫଳତା ତାଙ୍କ ପରିବାର ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.